Advertisment

ସୁନୀତା ଓ ମଳୟଙ୍କ ନିଆରା ପ୍ରେମ କାହାଣୀ

କେହି କାହାକୁ କିଛି କହିପାରୁନଥିଲେ ମଧ୍ୟ ମନ ବ୍ୟଥା ସାମ୍ନାକୁ ଆସିଥିଲା। ଗୋଟିଏ ଦିନ କଥା ନହେଲେ ରହିପାରୁନଥିଲେ। ଧୀରେ ଧୀରେ ଉଭୟଙ୍କ ଭିତରେ ଆତ୍ମୀୟତା ବଢ଼ିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Baliguda

Baliguda

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଦନେକବାଡ଼ି ଗାଁର ସୁନୀତା ଦିଗାଳ। ଜନ୍ମରୁ ଦିବ୍ୟାଙ୍ଗ। ଚାଲି ବୁଲି ପାରୁ ନାହାନ୍ତି। ଅଭାବ ଅନଟନ ଭିତରେ ମାଟ୍ରିକ୍‌ ପାସ୍‌ କରିଛନ୍ତି। ମାଟ୍ରିକ୍‌ ପାସ୍‌ କରିବା ପରେ ସେ ଜି.ଉଦୟଗିରି ଚାଲି ଯାଇଥିଲେ। ଏକ ହଷ୍ଟେଲ୍‌ରେ ରହି ପିଲାମାନଙ୍କୁ ଟ୍ୟୁସନ୍‌ କରୁଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ଦୁଃଖେ କଷ୍ଟେ ଚଳି ଯାଉଥିଲେ। ପିଲାଙ୍କ ଭିତରେ ନିଜକୁ ଗଢ଼ୁଥିବା ସୁନୀତାଙ୍କ ମୋବାଇଲ୍‌ ଦିନେ ଅନାବନା ହୋଇଯାଇଥିଲା। ଆଉ ତାଙ୍କ ମୋବାଇଲ୍‌ରୁ ଗୋଟିଏ ରଙ୍ଗ ନମ୍ୱରକୁ କଲ୍‌ ଚାଲି ଯାଇଥିଲା।

Advertisment

ସୁନୀତାଙ୍କ ମୋବାଇଲ୍‌ରୁ ଯାଇଥିବା ମିସ୍‌କଲ ଦେଖି ମଳୟ ଦିଗାଳ କଲ୍‌ କରିଥିଲେ। ମଳୟ ହେଉଛନ୍ତି ଟିକାପାଲି ବ୍ଲକ ବଡ଼ମୁଣ୍ଡା ଗାଁର। ସେ ପିଲା ବେଳୁ ବାପା-ମାଆଙ୍କୁ ହରାଇଥିଲେ। ଅନାଥ ଆଶ୍ରମରେ କଟିଥିଲା ଶୈଶବ। ସେ ନିଜ ମୋବାଇଲ୍‌ରେ ମିସ୍‌କଲ୍‌ ଦେଖି କଲ୍‌ କରିଥିଲେ। ଆଉ ସେହି ଫୋନ୍‌ ଉଠାଇଥିଲେ ସୁନୀତା।

ବାସ୍‌ ଏଇଠୁ ଲାଗିଥିଲା ଦୁଇ ପ୍ରେମପକ୍ଷୀଙ୍କ ଡେଣା। ତା’ପରେ ଉଡିବା ଆରମ୍ଭ କରିଥିଲେ। କେହି କାହାକୁ କିଛି କହିପାରୁନଥିଲେ ମଧ୍ୟ ମନର ବ୍ୟଥା ସାମ୍ନାକୁ ଆସିଥିଲା। ଗୋଟିଏ ଦିନ କଥା ନହେଲେ ରହିପାରୁ ନ ଥିଲେ। ଧୀରେ ଧୀରେ ଉଭୟଙ୍କ ଭିତରେ ଆତ୍ମୀୟତା ବଢ଼ିଲା। ସୁନୀତାଙ୍କୁ ଦେଖା କରିବାକୁ ଚାହିଁଥିଲେ ମଳୟ। ଆଉ ସୁନୀତା ନିଜୟ ଅକ୍ଷମତା ସମ୍ପର୍କରେ କହି ଦେଇଥିଲେ। ଏହା ସତ୍ତ୍ୱେ ସୁନୀତାଙ୍କ ପ୍ରେମରେ ମଳୟ ପାଗଳ ହୋଇଯାଇଥିଲେ।

Advertisment
Baligudaଅଭାବ ଭିତରେ ପତ୍ନୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଭିନନ୍ଦନ ଜଣାଉଛନ୍ତି ମଳୟ

ମଳୟଙ୍କ ଡକରାରେ ସୁନୀତା ଟ୍ରାଏ ସାଇକେଲ୍‌ରେ ଜି.ଉଦୟଗିରି ମାର୍କେଟକୁ ଆସିଥିଲେ। ସେଠାରେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ମଳୟ ନିଜ ମନର କଥା କହି ପକାଇଥିଲେ। ବିବାହ କରିବା ପାଇଁ ସୁନୀତାଙ୍କୁ ପ୍ରସ୍ତାବ ଦେଇଥିଲେ। ମୌନେ ସମ୍ମତି ଲକ୍ଷଣ ପରି ସୁନୀତା ଚୁପ୍ ରହିଥିଲେ। ପରେ ଘରକୁ ଫେରି ଯାଇଥିଲେ। ଆଉ ନିଜ ପ୍ରେମ ସମ୍ପର୍କରେ ବାପା-ମାଆଙ୍କୁ କହିଥିଲେ। ପରିବାର ଲୋକେ ପ୍ରଥମେ ବିଶ୍ୱାସ କରିନଥିଲେ। ବହୁ ବୁଝାବୁଝି କରିବା ପରେ ମଳୟଙ୍କୁ ଡାକି କଥା ହୋଇଥିଲେ ସୁନୀତାଙ୍କ ପରିବାର ଲୋକ। ଆଉ ତା’ପରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ବିବାହ ପରେ ମଳୟ ଏବେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି। କାମଦାମ କରି ଚଳୁଛନ୍ତି। ଆଉ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ସୁନୀତାଙ୍କ ସବୁ କାମ କରି ଦେଉଛନ୍ତି। 

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Kandhamal Valentine Day Love Love Story