Advertisment

ଖରା ଛୁଟିରେ ମାମୁ ଘରକୁ ବୁଲିବାକୁ ଯାଇଥିଲେ, ପୋଖରୀରେ ବୁଡ଼ିଗଲେ ତୃତୀୟ ଶ୍ରେଣୀ ଛାତ୍ର

ଖରା ଛୁଟିରେ ମାମୁ ଘରକୁ ଯାଇଥିଲା। ଖୁସିରେ ପାଦ ତଳେ ଲାଗୁ ନଥିଲା। ହସିଖେଳି ସମୟ କଟି ଯାଉଥିଲା। ହେଲେ କିଏ ଜାଣିଥିଲା ପୋଖରୀ କୂଳରେ ମୃତ୍ୟୁ ଚାହିଁ ବସିଥିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Student Drowns

Student Drowns

ଖରା ଛୁଟିରେ ମାମୁ ଘରକୁ ଯାଇଥିଲା। ଖୁସିରେ ପାଦ ତଳେ ଲାଗୁ ନଥିଲା। ହସିଖେଳି ସମୟ କଟି ଯାଉଥିଲା। ହେଲେ କିଏ ଜାଣିଥିଲା ପୋଖରୀ କୂଳରେ ମୃତ୍ୟୁ ଚାହିଁ ବସିଥିବ। ମାମୁଘର ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପ୍ରାଣ ହରାଇଛି ଭଣଜା। ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିଗାଁରେ ଘଟି ଯାଇଛି ଏହି ଦୁଃଖଦ ଘଟଣା।

Advertisment

ମୃତକ ସିର୍ତ୍ତିଗୁଡା ଗାଁର ବିନୋଦ ପ୍ରଧାନଙ୍କ ୮ ବର୍ଷର ପୁଅ ଶୁଭଜିତ ପ୍ରଧାନ। ଶୁଭଜିତ ତୃତୀୟ ଶ୍ରେଣୀର ଛାତ୍ର।

ଶୁଭଜିତ ମାମୁ ଘରକୁ ନିଜ ମାଆଙ୍କ ସହିତ ଖରା ଛୁଟି କାଟିବାକୁ ଯାଇଥିଲା। ସେଠାରେ ଆଜି ସକାଳେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲା। କୌଣସି କାରଣରୁ ସେ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିଲା।

Advertisment

ଏହା ଜଣାପଡ଼ିବା ପରେ ଗାଁ ଲୋକେ ବହୁ ଖୋଜାଖୋଜି ପରେ ପାଣି ଭିତରୁ ଶୁଭଜିତ୍‌ଙ୍କୁ ଉଦ୍ଧାର କରି କ.ନୂଆଗାଁ ହସ୍ପିଟାଲକୁ ନେଇଥିଲେ। ତେବେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଶୁଭଜିତ୍‌ଙ୍କ ବାପା ବିନୋଦ ପ୍ରଧାନ କହିଛନ୍ତି, ଗତକାଲି ପତ୍ନୀ ଓ ପୁଅକୁ ମାମୁ ଘର ଗାଁରେ ଛାଡ଼ି ଆସିଥିଲି। ଆଜି ସକାଳୁ ଏହି ଅଘଟଣ ଘଟିଛି। 

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ

Unnatural Death Kandhamal Drowning