Advertisment

ପୋଖରୀରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ

ଜଣଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କ ବି ବୁଡ଼ି ଗଲେ ବୋଲି କୁହାଯାଉଛି।

Pond

Pond

Advertisment

ପୋଖରୀରେ ବୁଡ଼ି ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଳିଙ୍ଗାଗଡ଼ରେ ଘଟିଛି ଏହି ଘଟଣା।

Advertisment

ମୃତ ଦୁଇ ମହିଳା ହେଉଛନ୍ତି ସୂର୍ଯ୍ୟକାନ୍ତି ପ୍ରଧାନ ଓ କୁରୁମଣି ପ୍ରଧାନ। ଆଜି ସକାଳେ ସେମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ କୁରୁମଣିଙ୍କ ଗୋଡ଼ ଖସି ଯାଇଥିଲା। ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୂର୍ଯ୍ୟକାନ୍ତି ମଧ୍ୟ ବୁଡ଼ି ଯାଇଥିଲେ।

ଉଭୟ ପୋଖରୀରେ ବୁଡ଼ି ଯାଇଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

Advertisment

ଜି .ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଲିଙ୍ଗାଗଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Accident Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe