Advertisment

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା,ବହିଷ୍କୃତ ୨ ଶିକ୍ଷକଙ୍କ ନାଁରେ ମାମଲା

ଗତବର୍ଷ ଫେ‍ବ୍ରୁଆରୀ ୧୦ ତାରିଖରେ ୨ଶିକ୍ଷକଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚାକିରିରୁ ବହିଷ୍କାର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
police station

police station

ନକଲି ବିଏଡ୍ ସାର୍ଟିଫିକେଟ ଦେଇ ୨ ଶିକ୍ଷକଙ୍କୁ ଚାକିରି କରିବା ପଡ଼ିଛି ମହଙ୍ଗା। ଧରାପଡ଼ିବା ପରେ ପ୍ରଥମେ ଚାକିରିରୁ ବିଦା ହେଲେ, ଏବେ ଉଭୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଂଚଳର ଏ ଘଟଣା ଘଟିଛି।

Advertisment

ଚାକିରିରୁ ବିଦା ହୋଇଥିବା ଏହି ଦୁଇ ଶିକ୍ଷକ ହେଲେ କଟକ ଜିଲ୍ଲାର ପଦୟିନୀ ସ୍ୱାଇଁ ଏବଂ ଗଂଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ଶତପଥୀ। ଉଭୟଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।

ସୂଚନା ଅନୁସାରେ,ଗତ ୨୦୧୮ ଏପ୍ରିଲ ମାସରେ ପଦୟିନୀ ସ୍ୱାଇଁ ସିର୍ତ୍ତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସେହିଭଳି କୃଷ୍ଣଚନ୍ଦ୍ର ଡିମିସିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବିଇଡ଼ି ସାର୍ଟିଫିକେଟ ଯାଞ୍ଚ ହେବା ପରେ ସେମାନଙ୍କର ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା।

Advertisment

ଘଟଣାର ତଦନ୍ତ କରି  ଗତବର୍ଷ ଫେ‍ବ୍ରୁଆରୀ ୧୦ ତାରିଖରେ ସେମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚାକିରିରୁ ବହିଷ୍କାର କରିଥିଲେ। ମେ’ ୨ ତାରିଖରେ ଉଭୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ.ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। କ.ନୂଆଗାଁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Kandhamal , Odisha Police