Two young doctors showed humanity
ଗୋଡ଼ରେ ବିରାଟ ଘା’ ହୋଇଯାଇଥିଲା। ରାସ୍ତା ପାଖରେ ପଡ଼ି କଷ୍ଟ ପାଉଥିଲେ। ଏହି ବ୍ୟକ୍ତିଙ୍କ ମାନସୀକ ସ୍ଥିତି ଠିକ୍ ନ ଥିଲା। ଅଖିଆ ଅପିଆରେ ଦୀର୍ଘଦିନ ଧରି ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିବାରୁ ତଳୁ ଉଠିବାର ବଳ ନ ଥିଲା। ଏହି ବାଟ ଦେଇ ଯାଉଥିବା ଯୁବ ଡାକ୍ତରମାନେ ମାନବିକତା ଦେଖାଇ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା କରିଛନ୍ତି। ତାଙ୍କୁ ଗାଧୋଇ ଦେବା ସହ ଚୁଟି, ଚାଢ଼ି କାଟିଦେଇଥିଲେ। ତାଙ୍କୁ ଭଲ ପୋଷାକ ପିନ୍ଧାଇବା ପରେ ଖାଇବାକୁ ଦେଇଥିଲେ। ବ୍ୟକ୍ତି ଜଣକ ନିଜର ପରିଚୟ ଠିକ୍ ଭାବେ କହିପାରୁନଥିବାରୁ ତାଙ୍କୁ ଥଇଥାନ ନିମନ୍ତେ ପୁଲିସର ସହଯୋଗ ନେଇଛନ୍ତି। ମାନବିକତା ଦେଖାଇଥିବା ଏହି ଡାକ୍ତରମାନେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।
ଏହି ଡାକ୍ତରମାନେ ହେଲେ ଦେବସୌରଭ ପଣ୍ଡା, ସତୀଶ କୁମାର ସାହୁ, ଆଟେଣ୍ଟେଟ ଶ୍ୟାମଳ କହଁର ଓ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଦେବାଶିଷ ମିଶ୍ର।
ଅପରିଚିତ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ବ୍ରାହ୍ମଣପାଦ ଗାଁ ରାସ୍ତାରେ ମୁମୂର୍ଷ ଅବସ୍ଥାରେ ପଡ଼ିଥିଲେ। ଗତକାଲି ସନ୍ଧ୍ୟାରେ ଡାକ୍ତରମାନେ ଏହା ଦେଖିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଗୋଡ଼ରେ ହୋଇଥିବା ବିରାଟ କ୍ଷତର ଆବଶ୍ୟକୀୟ ଚିକିତ୍ସା କରିଥିଲେ।
ଅପରିଚିତ ବ୍ୟକ୍ତି ଜଣକ ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିଲେମିଳିତ ଭାବେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚୁଟି ଦାଢ଼ି କାଟିବା ସହିତ ତାଙ୍କୁ ଭଲରେ ସଫା କରି ଗାଧେଇ ଦେଇ ନୂଆ ପୋଷାକ ପିନ୍ଧାଇ ଦେଇଥିଲେ। ଫଳରେ ଏହି ବ୍ୟକ୍ତି ଜଣକ ସାଧାରଣ ମଣିଷ ଭଳି ଦେଖାଯାଉଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ଡାକ୍ତରମାନେ।
ଅପରିଚିତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଛି।ଉଦ୍ଧାର ବ୍ୟକ୍ତି ଜଣଙ୍କ ତାଙ୍କ ଠିକଣା କହିପାରୁ ନ ଥିବାରୁ ଏ ବାବଦରେ ଡାକ୍ତରମାନେ ଚକାପାଦ ଥାନାକୁ ଜଣାଇ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଯୁବ ଡାକ୍ତରମାନଙ୍କ ଏଭଳି ମାନବିକତା ଦେଖାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683892239.jpeg)