Advertisment

ନଳକୂପ ମାଡ଼ୁଥିବା ବେଳେ କୂଳରେ ଗଳି ପଡ଼ିଲେ ମହିଳା!

ନଳକୂପ ମାଡୁ ଥିବା ବେଳେ ହଠାତ୍‌ କଂକ୍ରିଟ୍‌ ଧସି ଯାଇଥିଲା। ସେ କୂଅ ଭିତରେ ପଡ଼ି ଯାଇଥିଲେ। ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଗଭୀର କୂଳ ଭିତରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ।

author-image
Manoranjan Sial
Phulbani

Phulbani

କୂଅ ଉପରେ ପଡ଼ଥିଲା ଛାତ। ଆଉ ଛାତ ଉପରେ ବସିଥିଲା ନଳକୂପ। ସେଠାକୁ ପାଣି ଆଣିବାକୁ ଯାଇଥିଲେ ଜଣେ ମହିଳା। ନଳକୂପ ମାଡ଼ୁଥିବା ବେଳେ ଛାତ ଭୁଷୁଡ଼ି ପଡ଼ିଲା। ଆଉ କୂଅ ଭିତରେ ଗଳି ପଡ଼ିଲେ ମହିଳା। ଦୀର୍ଘ ୫ ଘଣ୍ଟାର କସରତ ପରେ ମହିଳାଙ୍କ ମୃତଦେହକୁ ବାହାର କରାଯାଇଛି। ଆଜି ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲାରୁ ଆସିଛି।

Advertisment

ଗୋଛାପଡା ଥାନା ଅନ୍ତର୍ଗତ ସାଲେଣି ଗାଁରେ କୂଅ ଉପରେ କଂକ୍ରିଟ୍‌ ଛାତ ପକାଇ ନଳକୂପ ବସା ଯାଇଥିଲା। ଆଜି ସକାଳ ପ୍ରାୟ ୮ଟାରେ ସେଠାକୁ ପାଣି ଆଣିବାକୁ ଯାଇଥିଲେ ସିଗରା କହଁର। ନଳକୂପ ମାଡୁ ଥିବା ବେଳେ ହଠାତ୍‌ କଂକ୍ରିଟ୍‌ ଧସି ଯାଇଥିଲା। ସେ କୂଅ ଭିତରେ ପଡ଼ି ଯାଇଥିଲେ। ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଗଭୀର କୂଳ ଭିତରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ।

ସଳାଗୁଡ଼ା ସରପଞ୍ଚ ରୋହିତ କହଁର ଏନେଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଆସିଥିଲା। ହେଲେ ଗାଁକୁ ରାସ୍ତା ନଥିବା ପ୍ରାୟ ଏକ କିମି ଦୂରରେ ଅଟକିଲା ଦମକର ଗାଡ଼ି। ତେଣୁ ଅଗ୍ନିଶମ କର୍ମଚାରୀମାନେ ଚାଲି ଚାଲି ଗାଁରେ ପହଞ୍ଚି ପମ୍ପ ପକାଇ କୂଅରୁ ପାଣି ବାହାର କରିଥିଲେ। ପ୍ରାୟ ୫ ଘଣ୍ଟାର କସରତ ପରେ କୂଅ ଭିତରୁ ସିଗରାଙ୍କ ମୃତଦେହ ବାହାର କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Advertisment

ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ RWSSର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବେହେରା। ସେ କହିଛନ୍ତି, ଘଟଣା ସ୍ଥଳକୁ ଫିରିଙ୍ଗିଆ ବ୍ଲକ ଯନ୍ତ୍ରୀଙ୍କୁ ପଠାଯାଇଛି। ସେ ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ରିପୋର୍ଟ-ଫୁଲବାଣୀରୁ ତ୍ରୀନାଥ ସାହୁ

Village Water