Advertisment

ପ୍ୟାର ପ୍ୟାର ନା ରହା: ଯିଏ ପାଗଳ ପରି ଭଲ ପାଉଥିଲା, ତା’ ଜୀବନ ନେଇଗଲେ ଯୁବତୀ

ଯୁବକଜଣକ ନିଜ ମନର ନାୟିକାକୁ ବୋହୂ ସଜାଇ ଘରକୁ ଆଣିବାକୁ ସ୍ୱପ୍ନ ଦେଖୁଥିବା ବେଳେ ସିଏ କିନ୍ତୁ ସାଜିଲେ ଖଳନାୟିକା। ନିଜ ପ୍ରଥମ ପ୍ରେମିକକୁ କଣ୍ଟା ଭାବି ତାଙ୍କୁ କାଢ଼ିବାକୁ ନିଜେ ରଚିଲେ ଷଡଯନ୍ତ୍ର। ଆଉ ଏଥିରେ ଯୁବତୀଙ୍କୁ ତାଙ୍କ ନୂଆ ପ୍ରେମିକଙ୍କ ସହ ବାପାଭାଇ ବି ସହଯୋଗ କଲେ ।

Murder Accused

Murder Accused

Advertisment

ଯାହା ପ୍ରେମରେ ଦିନେ ପାଗଳ ଥିଲେ ଯୁବକ, ସିଏ ହିଁ ନେଇଗଲେ ଜୀବନ। ଯୁବକଜଣକ ନିଜ ମନର ନାୟିକାକୁ ବୋହୂ ସଜାଇ ଘରକୁ ଆଣିବାକୁ ସ୍ୱପ୍ନ ଦେଖୁଥିବା ବେଳେ ସିଏ କିନ୍ତୁ ସାଜିଲେ ଖଳନାୟିକା। ଅନ୍ୟ ଜଣକ ପ୍ରେମରେ ପଡ଼ି ନିଜ ପ୍ରଥମ ପ୍ରେମକୁ ଭୁଲିଗଲେ। କେବଳ ଭୁଲିଗଲେନି ତ ବାଟରୁ କଣ୍ଟା କାଢ଼ିବାକୁ ନିଜେ ରଚିଲେ ଷଡଯନ୍ତ୍ର। ଆଉ ଏଥିରେ ଯୁବତୀଙ୍କୁ ତାଙ୍କ ନୂଆ ପ୍ରେମିକଙ୍କ ସହ ବାପାଭାଇ ବି ସହଯୋଗ କଲେ । ଗତ ୧୨ ଦିନ ତଳେ ମିଳିଥିବା ଜଣେ ଯୁବକଙ୍କ ହତ୍ୟା ପଛର ଏପରି ସାଂଘାତିକ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାସ ହୋଇଛି। ଫଳରେ ପ୍ୟାର ପ୍ୟାର ନା ରହା ବୋଲି କହୁଛନ୍ତି ସାଧାରଣ ଲୋକେ।

Advertisment

ତ୍ରିକୋଣିଅ ପ୍ରେମର ଏପରି କରୁଣ ପରିଣତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ନୂଆ ପ୍ରେମିକ ସହିତ ଯୁବତୀଙ୍କ ବାପା ଏବଂ ଭାଇ ମିଶି ଜଣେ ଯୁବକକୁ ହତ୍ୟା କରି ଗଛରେ ଝୁଲାଇ ଦେବା ମାମଲାରେ ଫିରିଙ୍ଗିଆ ଥାନା ପୁଲିସ ଜଣେ ଯୁବତୀ ସମେତ ୫ ଜଣଙ୍କୁ ଗିରଫ କରିଛି ।

ଫିରିଙ୍ଗିଆ ଥାନା ଅଞ୍ଚଳର ବୈଶ୍ୟାନନ୍ଦ ଦିଗାଲ ନାମକ ଯୁବକଙ୍କର ଗୁଜାକାଢ଼ୁଆ ଗ୍ରାମର ଚନ୍ଦ୍ରିକା ଦିଗାଲ ନାମ୍ନୀ ଯୁବତୀଙ୍କ ସହ ଦୀର୍ଘ ଦିନ ପ୍ରେମ ସମ୍ପର୍କ ଥିଲା। ମାତ୍ର କିଛି ଦିନ ପୂର୍ବେ ତାଙ୍କର ଯତୀନ ବଡ଼ସେଠ ନାମକ ଜଣେ ଯୁବକଙ୍କ ସହ ଭାବ ଦିଆନିଆ ଆରମ୍ଭ ହୋଇଥିଲା। ସେବେଠୁ ବୈଶ୍ୟାନନ୍ଦଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

Advertisment

ବୈଶ୍ୟାନନ୍ଦ କିନ୍ତୁ ଚନ୍ଦ୍ରିକାଙ୍କୁ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ବେଳେ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହାପରେ ବୈଶ୍ୟାନନ୍ଦଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଚନ୍ଦ୍ରିକା ।

ଏଥିନିମନ୍ତେ ତାଙ୍କୁ ବାପା ଗୁଜୁରା ଦିଗାଲ, ଭାଇ ସୋମନାଥ ଦିଗାଲ ଏବଂ ନୂଆ ପ୍ରେମିକ ଯତୀନ ବଡ଼ସେଠ, ତା’ର ସହଯୋଗୀ ଅନନ୍ତ ମଲିକ ସହଯୋଗ କରିଥିଲେ । ଘଟଣା ଦିନ ଅଭିଯୁକ୍ତମାନେ ବୈଶ୍ୟାନନ୍ଦକୁ ନିଜ ଘରେ ଶାବଳ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ । ତା'ପରେ ତାଙ୍କୁ ନେଇ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।

ମାତ୍ର ପୁଅକୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ବୈଶ୍ୟାନନ୍ଦଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୁଲିସ ସନ୍ଦେହରେ ପ୍ରଥମେ ବୈଶ୍ୟାନନ୍ଦଙ୍କ ପ୍ରେମିକା ଚନ୍ଦ୍ରିକା ଦିଗାଲଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ପୁଲିସ୍‌ ସମ୍ମୁଖରେ ସେ ସବୁ ସତ କଥା ବଖାଣିଥିଲେ। ନିଜ ନୂଆ ପ୍ରେମିକ ଓ ପରିବାର ଲୋକଙ୍କ ସହ ବୈଶ୍ୟାନନ୍ଦଙ୍କୁ ହତ୍ୟା କରିଥିବା ସେ ସ୍ୱୀକାର କରିଥିଲା । ଏହି ସାଂଘାତିକ ସତ ଉନ୍ମୋଚନ ପରେ ଚନ୍ଦ୍ରିକା ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Murder Love Betrayal Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe