Advertisment

୫ ବର୍ଷ ହେଲା ନିଖୋଜ ଥିଲେ କନ୍ଧମାଳ ଯୁବତୀ, ହାଇଦ୍ରାବାଦରୁ ଉଦ୍ଧାର

ଗତ ୫ ବର୍ଷ ଧରି ନିଖୋଜ ଥିବା ଜଣେ ଯୁବତୀକୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ଯୁବତୀ ଜଣକ ପୁଷ୍ପାଞ୍ଜଳୀ କହଁର(୨୫)।

author-image
Niranjan Mishra
ଅଦ୍ୟତନ ହୋଇଛି
Puspanjali

Puspanjali

ଗତ ୫ ବର୍ଷ ଧରି ନିଖୋଜ ଥିବା ଜଣେ ଯୁବତୀକୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ଯୁବତୀ ଜଣକ ପୁଷ୍ପାଞ୍ଜଳି କହଁର(୨୫)। ତାଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଙ୍ଗା ଗ୍ରାମରେ।

Advertisment

ସୂଚନା ଅନୁସାରେ, ଯୁବତୀ ଜଣକ ୨୦୧୮ ମସିହାରେ ଏକ ନର୍ସିଂହୋମ୍‌ରେ ନର୍ସ ଚାକିରି କରିବା ପାଇଁ ହାଇଦ୍ରାବାଦକୁ ଯାଇଥିଲେ। ତେବେ ଗୋଟିଏ ବର୍ଷ ପରେ ତାଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଯେତେ ଚେଷ୍ଟା କରିଥିଲେ ବି ପୁଷ୍ପାଞ୍ଜଳିଙ୍କୁ ଠାବ କରିପାରେ ପରିବାର ଲୋକେ ଫେଲ ମାରିଥିଲେ। ଏନେଇ ସେମାନେ ଫିରିଙ୍ଗିଆ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ହଠାତ୍ ଗତମାସ ୨୯ ତାରିଖ ଦିନ ପୁଷ୍ପାଞ୍ଜଳି ତାଙ୍କ ବଡ଼ ଭଉଣୀଙ୍କୁ ଏକ ସିକ୍ୟୁରିଟି କର୍ମଚାରୀଙ୍କ ଫୋନ୍‌ରୁ ଫୋନ କରିଥିଲେ। ସେ ହାଇଦ୍ରାବାଦର ଜଣଙ୍କ ଘରେ କାମ କରୁଥିବା ଓ ପରିବାର ଲୋକ ନ ଆସିଲେ ସେମାନେ ଘରକୁ ଛାଡ଼ିବେନି ବୋଲି କହୁଥିବା ଜଣାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।

Advertisment

ଏନେଇ ପରିବାର ଲୋକ ତୁରନ୍ତ ଫିରିଙ୍ଗିଆ ଥାନାକୁ ଜଣାଇଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଥାନାର ଏକ ସ୍ୱତନ୍ତ୍ର ଟିମ ପରିବାର ଲୋକଙ୍କୁ ସାଥୀରେ ନେଇ ହାଇଦ୍ରାବାଦ ଯାଇଥିଲେ। ହାଇଦ୍ରାବାଦ ନିକଟ ମିରପୁର ଥାନା ଚନ୍ଦନନଗର ଅଂଚଳରେ ଥିବା ଏକ ଫ୍ଲାଟରୁ ପୁଷ୍ପାଞ୍ଜଳିଙ୍କୁ ପୁଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗତକାଲି ରାତିରେ ପରିବାର ଲୋକେ ଘରେ ପହଞ୍ଚିଛନ୍ତି।

Puspanjali with falimyପରିବାର ଲୋକଙ୍କ ଗହଣରେ ପୁଷ୍ପାଞ୍ଜଳି

ପୁଷ୍ପାଞ୍ଜଳି କହିଛନ୍ତି, ହାଇଦ୍ରାବାଦ୍‌ର ଏକ ନିର୍ସିଂ ହୋମ୍‌ ପକ୍ଷରୁ ଜଣେ ରୋଗୀଙ୍କ ଦେଖାରଖା କରିବା ନିମନ୍ତେ ଜନୈକ ବ୍ୟକ୍ତିଙ୍କ ଘରେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ଗତ ଏପ୍ରିଲ ମାସରୁ ଏହି ରୋଗୀଙ୍କ ମୃତ୍ୟୁ ହୋଇଗଲାଣି। ତାଙ୍କ ପାଖରେ ମୋବାଇଲ୍‌ ଥିଲେ ହେଁ ବାଲାନ୍ସ ନ ଥିବାରୁ ସେ ଘରକୁ ଫୋନ୍ କରିପାରୁ ନ ଥିଲେ। ହଠାତ୍ କିଛିଦିନ ତଳେ ସେ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ ସହ ଦେଖା ହୋଇଥିଲା। ଫୋନ୍‌ରୁ ଭଉଣୀର ନମ୍ବର ବାହାର କରି ଲଗାଇ ଦେବାକୁ ସେ ସିକ୍ୟୁରିଟି କର୍ମଚାରୀଙ୍କୁ କହିଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ତାଙ୍କ ଫୋନ୍‌ରୁ ଫୋନ୍‌ କରିଥିଲେ। ଫଳରେ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇଥିଲା ଓ ପୁଲିସ ସହାୟତାରେ ସେ ଉଦ୍ଧାର ହୋଇ ଘରକୁ ଆସି ପାରିଛନ୍ତି।

ଯୁବତୀଙ୍କ ସମ୍ପର୍କୀୟ ବିଷ୍ଣୁ ଚରଣ କହଁର କହିଛନ୍ତି, ଆପାର୍ଟମେଣ୍ଟ ଜଗୁଥିବା ସିକ୍ୟୁରିଟି କମୀଚାରୀ ଜଣକ ଭଦ୍ରକ ଅଞ୍ଚଳର। ତେଣୁ ପୁଷ୍ପାଞ୍ଜଳୀ ଅସୁବିଧାରେ ପଡ଼ିଥିବା ଜାଣିପାରି ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ଭଗବାନ ଭଳି ସିକ୍ୟୁରିଟି ଜଣକ ସାହାଯ୍ୟ କରିବା ଫଳରେ ପରିବାର ଲୋକେ ନିଖୋଜ ଝିଅକୁ ଫେରି ପାଇଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal Migrant Labour