Advertisment

ଗଛରେ ଝୁଲିଛି ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସକାଳେ ସକାଳେ ଏପରି ଖବର ପାଇ ବିଲ ଆଡକୁ ଧାଇଁଥିଲେ ଅରବିନ୍ଦଙ୍କ ମାଆ। ଆଉ ଗଛରେ ପୁଅର ଝୁଲନ୍ତା ମୃତଦେହ ଦେଖି ହତବାକ ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Baliguda

Baliguda

Advertisment

ଗଛରେ ଝୁଲିଛି ଯୁବକଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ତେବେ ପୁଲିସ୍‌ ଏହାର ଖୋଳତାଡ କରୁଥିବା ବେଳେ ପରିବାର ଆଣିଛି ହତ୍ୟା ଅଭିଯୋଗ। ଆଜି ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଆସିଛି।

Advertisment

ଚୂନପଲି ଗାଁର ଅରବିନ୍ଦ ଦଳବେହେରା। ବର୍ଷେ ତଳେ ତାଙ୍କର ବାହାଘର ହୋଇଥିଲା। ପେଶାରେ ସେ ଜଣେ ଦିନ ମଜୁରିଆ। କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ଅଭାବୀ ତେଲ ଲୁଣ ସଂସାର ହସଖୁସି ଭିତରେ ବିତୁଥିଲା। ଗତକାଲି ଥିଲା ରବିବାର। ନୂଆଖାଇ ପୂଜା ସାରିବା ପରେ ଖାଇ ଅପରାହ୍ନ ପ୍ରାୟ ୪ଟା ବେଳେ ଘରୁ ବାହାରିଥିଲେ ଅରବିନ୍ଦ।

ସଞ୍ଜ ଯାଇ ରାତି ହେଲା। ହେଲେ ଘରକୁ ଫେରିଲେନି ଅରବିନ୍ଦ। ଘରର ଏକ ମାତ୍ର ରୋଜଗାରିଆ ପୁଅ ଘରକୁ ନଫେରୁଥିବାରୁ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ ମାଆ ରାଜକୁମାରୀ ଦଳ ବେହେରା ଓ ପତ୍ନୀ। ପଡ଼ିଶାରେ ଆକୁ ତାକୁ ମଧ୍ୟ ପଚାରିଥିଲେ। ମାତ୍ର ଅରବିନ୍ଦଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେନି। ଏମିତି ଭୟ ଓ ଅନିଶ୍ଚିତତାରେ ପାହିଗଲା ରାତି। ସକାଳେ ଶୁଣିବାକୁ ମିଳିଲା ଦୁଃଖ ଖବର। କିଏ ଜଣେ କହିଲେ ଗଛରେ ଝୁଲିଛି ଅରବିନ୍ଦଙ୍କ ମୃତଦେହ।

Advertisment

ସକାଳେ ସକାଳେ ଏପରି ଖବର ପାଇ ବିଲ ଆଡକୁ ଧାଇଁଥିଲେ ଅରବିନ୍ଦଙ୍କ ମାଆ। ଆଉ ଗଛରେ ପୁଅର ଝୁଲନ୍ତା ମୃତଦେହ ଦେଖି ହତବାକ ହୋଇପଡ଼ିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ରାଇକିଆ ଥାନା ପୁଲିସ ଓ ଜି.ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକ ସାଇଣ୍ଟିଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଏହା ଆତ୍ମହତ୍ୟା ନା ହତ୍ୟା। ମାଆ ଓ ପତ୍ନୀଙ୍କ କହିବା ଅନୁସାରେ ଅରବିନ୍ଦଙ୍କୁ ହତ୍ୟା କରାଯାଇଛି। ତାହାହେଲେ ତାଙ୍କୁ କିଏ ଓ କାହିଁକି ହତ୍ୟା? ଏମିତି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ପୁଲିସ୍‌। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Suicide Crime Story Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe