Advertisment

ରାଜଧାନୀରେ କଙ୍ଗାରୁ କୋର୍ଟ, ବାପପୁଅଙ୍କୁ ଆଣ୍ଠେଇ ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀରେ ବି ବସୁଛି କଙ୍ଗାରୁ କୋର୍ଟ। ହେଉଛି ଅନ୍‌ ଦ ସ୍ପଟ ଫଇସଲା, ଆଉ ସର୍ବସମ୍ମୁଖରେ ମିଳୁଛି ଦଣ୍ଡ। କମେଣ୍ଟମରାରୁ ଆରମ୍ଭ ବିବାଦର ଫଇସଲା ହେଲା କଙ୍ଗାରୁ କୋର୍ଟରେ। ଆଉ ଅଭିଯୁକ୍ତଙ୍କ ସମେତ ତାଙ୍କ ବାପା, ଭାଇଙ୍କୁ ବି ସର୍ବ ସମ୍ମୁଖରେ ଆଣ୍ଠେଇ ଦେଲେ ଲୋକେ। ଏପରି ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି। ଘଟଣା ସାଂଘାତିକ ରୂପ ନେବାରୁ […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜଧାନୀରେ କଙ୍ଗାରୁ କୋର୍ଟ, ବାପପୁଅଙ୍କୁ ଆଣ୍ଠେଇ ଦେଲେ

kangaroo-court

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀରେ ବି ବସୁଛି କଙ୍ଗାରୁ କୋର୍ଟ। ହେଉଛି ଅନ୍‌ ଦ ସ୍ପଟ ଫଇସଲା, ଆଉ ସର୍ବସମ୍ମୁଖରେ ମିଳୁଛି ଦଣ୍ଡ। କମେଣ୍ଟମରାରୁ ଆରମ୍ଭ ବିବାଦର ଫଇସଲା ହେଲା କଙ୍ଗାରୁ କୋର୍ଟରେ। ଆଉ ଅଭିଯୁକ୍ତଙ୍କ ସମେତ ତାଙ୍କ ବାପା, ଭାଇଙ୍କୁ ବି ସର୍ବ ସମ୍ମୁଖରେ ଆଣ୍ଠେଇ ଦେଲେ ଲୋକେ। ଏପରି ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି। ଘଟଣା ସାଂଘାତିକ ରୂପ ନେବାରୁ ଆଣ୍ଠେଇଥିବା ଜଣେ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରୁ ତତ୍ପରତାର ଦେଖାଇ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବରମୁଣ୍ଡା ଗାଁ ଭିତରେ ଏହି ଘଟଣା ଘଟିଛି। ଗାଁର ଜଣେ ଯୁବତୀଙ୍କୁ ୨ ଯୁବକ କମେଣ୍ଟ ମାରିବାକୁ ନେଇ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ଏହାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଉକ୍ତ କୋର୍ଟକୁ ଅଭିଯୁକ୍ତ ଜଣେ ଯୁବକଙ୍କୁ ପ୍ରଥମେ ଡକାଗଲା। ଏହା ପରେ ତାଙ୍କ ବାପା ଓ ଭାଇଙ୍କୁ ବି ଡକାଗଲା। ଯୁବକଙ୍କ ସମେତ ତାଙ୍କ ବାପା, ଭାଇଙ୍କୁ ବି ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରାଗଲା।

ଏଥିରେ ଲଜ୍ଜିତ ତଥା ଅପମାନିତ ଅନୁଭବ କରି ଜଣେ ଯୁବକ ଘରକୁ ଆସି ଆତ୍ମହତ୍ୟା କରିବା ନିମନ୍ତେ ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ସମସ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ପୁଲିସ୍‌ ନଜରକୁ ଆସିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଉଠାଇ ଆଣିଛି। ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତି।