Advertisment

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲେ, ଗାଁ ଲୋକେ ଧରି ବହେ ଛେଚିଲେ

ତାଳଚେର(ମନିଲ ମହାରଣା): କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି। ଗାଁ ଲୋକେ ଧରି ବହେ ଛେଚିଛନ୍ତି। ଖାଲି ଛେତିନାହାନ୍ତି, ଲଣ୍ଡା କରି ଚପଲ ମାଳ ପାକାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ଗୁରୁବାର ତାଳଚେର ଥାନା ବାଲୁଙ୍ଗା ଗାଁର କେତେକ ଛାତ୍ରୀ କଲେଜ ଯାଉଥିଲେ। ତେବେ ରାସ୍ତାରେ ମୁଣ୍ଡା ହଟିଙ୍ଗର ୩ ଜଣ […]

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲେ, ଗାଁ ଲୋକେ ଧରି ବହେ ଛେଚିଲେ

Talcher

Advertisment

ତାଳଚେର(ମନିଲ ମହାରଣା): କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି। ଗାଁ ଲୋକେ ଧରି ବହେ ଛେଚିଛନ୍ତି। ଖାଲି ଛେତିନାହାନ୍ତି, ଲଣ୍ଡା କରି ଚପଲ ମାଳ ପାକାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି।

Advertisment

ପୂରା ଘଟଣାଟି ଏମିତି। ଗୁରୁବାର ତାଳଚେର ଥାନା ବାଲୁଙ୍ଗା ଗାଁର କେତେକ ଛାତ୍ରୀ କଲେଜ ଯାଉଥିଲେ। ତେବେ ରାସ୍ତାରେ ମୁଣ୍ଡା ହଟିଙ୍ଗର ୩ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ସେମାନଙ୍କୁ ପିଛା କରିଥିଲେ। କମେଣ୍ଟ ମାରିଥିଲେ। ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀମାନେ ସେଥିପ୍ରତି ଧ୍ୟାନ ନଦେଇ କଲେଜ ପଳାଇ ଯାଇଥିଲେ।

ଛାତ୍ରୀମାନେ ଅପରାହ୍ନରେ କ୍ଲାସ୍‌ ସାରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଛାତ୍ରୀମାନେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ଛାତ୍ରୀମାନେ କଲେଜ ଯାଉଥିଲେ। ଗୁରୁବାର ପରି ଆଜି ମଧ୍ୟ ସମ୍ପୃକ୍ତ ୩ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀଙ୍କ ପଛେ ପଛେ ଯାଉଥିବା ଗାଁ ଲୋକେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କୁ ଭିତରୁ ୨ ଜଣ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। କିନ୍ତୁ ଜଣକୁ ଧରି ପକାଇଥିଲେ। ଗାଁର ଯାତ୍ରା ପଡିଆକୁ ତାକୁ ନେଇ ବହେ ଛେଚି ଥିଲେ। ତା’ ମୁଣ୍ଡକୁ ଅର୍ଦ୍ଧ ଲଣ୍ଡା କରି ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିଲେ।

Advertisment

ତାଳଚେର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ କବଳରୁ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଥିଲା। ପରେ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣାକୁ ନେଇ ବାଲୁଙ୍ଗା ଲୋକଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇନଥିବା ଗ୍ରାମ ସଭାପତି ରଙ୍ଗାଧର ନାହାକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏ ନେଇ ତାଳଚେର ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe