Advertisment

ଗାଁରେ ପଶି ପାରୁ ନାହାନ୍ତି ୧୫ ପରିବାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ରେ ସାଧାରଣ ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି କଙ୍ଗାରୁ କୋର୍ଟ। ପୂର୍ବରୁ ଠାକୁରଙ୍କୁ ବନ୍ଦୀ କରିବା ସହ ଘର ଆଗରେ କଣ୍ଟା ଥୋଇ ଦଣ୍ଡ ଦେଉଥିବା କଙ୍ଗାରୁ କୋର୍ଟର ଆଉ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁରେ। ଏନେଇ ପୀଡ଼ିତମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନି ପୁଲିସ୍‌। ଫଳରେ ସେମାନେ ଗାଁକୁ ଯିବାକୁ ସାହସ ଜୁଟାଇ ପାରୁ ନ ଥିବା ବେଳେ ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି। ଗତ ଗୁରୁବାରଠାରୁ ଓଡ଼ଗାଁ […]

ଅଦ୍ୟତନ ହୋଇଛି
ଗାଁରେ ପଶି ପାରୁ ନାହାନ୍ତି ୧୫ ପରିବାର

nayagad-1-1

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ରେ ସାଧାରଣ ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି କଙ୍ଗାରୁ କୋର୍ଟ। ପୂର୍ବରୁ ଠାକୁରଙ୍କୁ ବନ୍ଦୀ କରିବା ସହ ଘର ଆଗରେ କଣ୍ଟା ଥୋଇ ଦଣ୍ଡ ଦେଉଥିବା କଙ୍ଗାରୁ କୋର୍ଟର ଆଉ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁରେ। ଏନେଇ ପୀଡ଼ିତମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନି ପୁଲିସ୍‌। ଫଳରେ ସେମାନେ ଗାଁକୁ ଯିବାକୁ ସାହସ ଜୁଟାଇ ପାରୁ ନ ଥିବା ବେଳେ ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି।

Advertisment

ଗତ ଗୁରୁବାରଠାରୁ ଓଡ଼ଗାଁ ଥାନା ସାମ୍ନା ବସ୍‌ ଷ୍ଟାଣ୍ଡରେ ଦିନ କାଟୁଛନ୍ତି ଭାଟିକିଳା ପଞ୍ଚାୟତ ରଗଡିମଡା ଗାଁ ଗୋଲାସାହି ଲୋକେ।  ଗାଁକୁ ଯିବାକୁ ସାହସ ଜୁଟାଇ ପାରୁ ନାହାନ୍ତି।  ପିଟି ପିଟି ପିଠିରୁ ଚମଡା ଉତାରି ଦେଇଛନ୍ତି ଗାଁ ଲୋକେ। ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି ଏବଂ ଦିନ ବେଳା ବସ୍‌ଷ୍ଟାଣ୍ଡରେ ମୁଣ୍ଡ ଗୁଞ୍ଜୁଛନ୍ତି।

publive-image

ରଗଡିମଡ଼ା ଗୋଲାସାହି ଗାଁର ଏହି ୧୫ ପରିବାରଙ୍କ ଦୋଷ ହେଲା ସେମାନେ ଏକ ରାଜନୈତିକ ଦଳକୁ  ସମର୍ଥନ କରନ୍ତି । ତେଣୁ ଅପର ଗୋଷ୍ଠୀର ଲୋକ  ସାଧାରଣ କଥାରେ ସେମାନଙ୍କୁ ଗାଁ ସଭାକୁ ଡାକି ଫାଇନ ଆଦାୟ କରୁଛନ୍ତି।

Advertisment

ଗତ ଗୁରୁବାର ଗାଁ  ସଭାରେ ସେମାନଙ୍କୁ ଅର୍ଥଦଣ୍ଡ ଦିଆଯିବାରୁ ସେମାନେ ସଭା ଛାଡି ପଳାଇ ଯାଇଥିଲେ। ଫଳରେ କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ସେମାନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ ଗାଁ ଲୋକେ। କେବଳ ମାଡ଼ ନୁହେଁ ଘର କବାଟ ତାଡି ଦେଇଥିଲେ। ତେବେ ଜୀବନ ବଞ୍ଚାଇବାକୁ ସେମାନେ ଥାନାରେ ଏତଲା ଦେଇ ଏଇ ବସଷ୍ଟାଣ୍ଡରେ ରହୁଛନ୍ତି । ଏମାନଙ୍କ ଚାଷ ଜମି ରେ ନାଲିପତାକା ଲଗାଇ ଦେଇଛି କଙ୍ଗାରୁ କୋର୍ଟ ।

ପୁଲିସ୍‌ ଘଟଣାର ସମାଧାନ ନିମନ୍ତେ ତତ୍ପରତା ପ୍ରକାଶ କରୁ ନ  ଥିବାରୁ ୫ ଦିନରୁ ଊର୍ଦ୍ଧ୍ୱ ହେବ ଭୟଭୀତ ହୋଇ ନିଜ ଘର ଛାଡ଼ି ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି ନିରୀହ ଲୋକେ। ନା ପୁଲିସ୍‌ ଘଟଣାରେ ହସ୍ତକ୍ଷେପ କରୁଛି ନା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଥିଯୋଗୁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ସାଧାରଣ ଲୋକେ।

Kangaroo Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe