ବିଜେଡି ନେତାଙ୍କ ଅନ୍ଧାରୀ ବିଜେ! ଲୁଚିଲୁଚି ମମିତାଙ୍କ ଭାଇଙ୍କୁ ଭେଟିଲେ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ହେବାକୁ ୨୨ ଦିନ ବିତିଲାଣି। ଏହି ମାମଲାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। ମମିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ଝରଣୀ ଗାଁକୁ ଧାଉଁଛନ୍ତି ରାଜ୍ୟର ତଥା ଦେଶର ବଡ଼ବଡ଼ ନେତା ଓ କର୍ମୀ। ହେଲେ ବିଜେଡି ନେତାଙ୍କର ଦେଖା ନଥିଲା। ୨୨ ଦିନ ପରେ ହଠାତ୍‌ ଆଜି ବିଜେଡି ନେତାଙ୍କ ଅନ୍ଧାରୀ ବିଜେ ହୋଇଛି! କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ମମିତାଙ୍କ ଭାଇଙ୍କୁ ଭେଟି […]

Mamita-death

Mamita-death

Manoranjan Sial
  • Published: Saturday, 30 October 2021
  • Updated: 30 October 2021, 05:25 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ହେବାକୁ ୨୨ ଦିନ ବିତିଲାଣି। ଏହି ମାମଲାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। ମମିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ଝରଣୀ ଗାଁକୁ ଧାଉଁଛନ୍ତି ରାଜ୍ୟର ତଥା ଦେଶର ବଡ଼ବଡ଼ ନେତା ଓ କର୍ମୀ। ହେଲେ ବିଜେଡି ନେତାଙ୍କର ଦେଖା ନଥିଲା। ୨୨ ଦିନ ପରେ ହଠାତ୍‌ ଆଜି ବିଜେଡି ନେତାଙ୍କ ଅନ୍ଧାରୀ ବିଜେ ହୋଇଛି! କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ମମିତାଙ୍କ ଭାଇଙ୍କୁ ଭେଟି ଆଲୋଚନା କରିଛନ୍ତି।

କଣ୍ଟାବାଜିଂ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଆଜି ଝରଣୀ ଗାଁକୁ ଯାଇଥିଲେ। ସେ ଗାଁର ଜଣେ ବିଜେଡି କର୍ମୀଙ୍କ ଘରେ ଥିଲେ। ଏହା ପରେ ଜଣେ ଯୁବକ ବିଭିନ୍ନ ବାହାନା କରି ମୃତ ମମିତା ମେହେରଙ୍କ ଭାଇ ବଣ୍ଟି ମେହେରଙ୍କୁ ଡାକିଥିଲେ। ଡାକରା ପାଇ ବଣ୍ଟି ଗାଁ ଛକକୁ ଆସିଥିଲେ। ଏହା ପରେ ଯୁବକ ଜଣକ ବଣ୍ଟିକୁ ନେଇ ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ସହ ଦେଖା କରାଇଥିବା ଆଲୋଚନା ହେଉଛି। ସେଠାରେ ଉଭୟଙ୍କ ଭିତରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। ଏପରିକି ହସ୍ପିଟାଲ୍‌ ଯାଇଥିବା ମମିତାଙ୍କ ବାପାଙ୍କ ସହିତ ଫୋନରେ ଅଜୟ ଦାସ କଥା ହୋଇଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନା ନେଇ ବଣ୍ଟି ମୁହଁ ଖୋଲୁ ନାହାନ୍ତି।

ଏଠି ପ୍ରଶ୍ନ ଉଠୁଛି,  ଆଜି ହଠାତ୍‌ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ସେଠାକୁ କାହିଁକି ଯାଇଥିଲେ?  ସେ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଯାଇଥିଲେ ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା? ଯଦି ସେ ସମବେଦନା ଜଣାଇବାକୁ ଯାଇଥିଲେ, ତା’ ହେଲେ ମମିତାଙ୍କ ଘରକୁ ଗଲେ ନାହିଁ କାହିଁକି? କାହିଁକି ଅନ୍ୟ ଜଣଙ୍କ ଘରେ ବସି ମମିତାଙ୍କ ଭାଇଙ୍କୁ ସେଠାକୁ ଡକାଇଲେ? ଦିନକୁ ଦିନ ବିଜେଡି ଉପରେ ବିରୋଧୀଙ୍କ ଷଣ୍ଢୁଆସି ଆକ୍ରମଣ ବଢ଼ୁଥିବା ବେଳେ ଏବେ ଏହା ଆଲୋଚନା ଓ ସମାଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମମିତାଙ୍କ ମାଆ ଅସୁସ୍ଥ ଅଛନ୍ତି। ତାଙ୍କୁ ତାଙ୍କ ବାପା ବିଶାଖାପାଟଣାରେ ଏକ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏହି ଖବର କ’ଣ ବିଜେଡି ବିଧାୟକ ପ୍ରାର୍ଥୀ ଜାଣି ନଥିଲେ? ନା ସବୁ ଜାଣି ଉଦ୍ଦେଶ୍ୟମୂଳକ ଭାବେ ଘରେ ଏକୁଟିଆ ଥିବା ତାଙ୍କ ଭାଇଙ୍କୁ ଭେଟିବାକୁ ଡକାଇଥିଲେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos