Advertisment

ପୁପୁଙ୍କୁ ଝୁରି ହେଉଛି କରଞ୍ଜିଆ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବର୍ଷୀଆନ୍ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସଙ୍କ ଅବର୍ତ୍ତମାନରେ ଜନ୍ମମାଟି କରଞ୍ଜିଆ ଏବେ ଶୋକାଭିଭୂତ। ଝୁରି ହେଉଛି କରଞ୍ଜିଆର ମେଳଣ ପଡ଼ିଆ ରଙ୍ଗମଞ୍ଚ, ଝୁରି ହେଉଛନ୍ତି ସାଥୀ ଓ ସମଧର୍ମୀ। ପୁପୁ ନାଁରେ ନିଜ ଜନ୍ମଭୂମିରେ ବେଶ୍ ପରିଚିତ ଥିଲେ ସ୍ୱର୍ଗୀୟ ଅଜିତ। ଏହି ମେଳଣ ପଡ଼ିଆରୁ ହିଁ ଆରମ୍ଭ ହୋଇଥିଲା ପୁପୁଙ୍କ ଅଭିନୟ ଯାତ୍ରା। ବାପା ଶୈଲେଶ ଦାସ ଥିଲେ ସେଠାକାର ଜଣାଶୁଣା ଓକିଲ, କିନ୍ତୁ ବଡ଼ବାପା ସୁଧୀର ଦାସ […]

ପୁପୁଙ୍କୁ ଝୁରି ହେଉଛି କରଞ୍ଜିଆ

ajit-Dass

Advertisment

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବର୍ଷୀଆନ୍ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଅଜିତ ଦାସଙ୍କ ଅବର୍ତ୍ତମାନରେ ଜନ୍ମମାଟି କରଞ୍ଜିଆ ଏବେ ଶୋକାଭିଭୂତ। ଝୁରି ହେଉଛି କରଞ୍ଜିଆର ମେଳଣ ପଡ଼ିଆ ରଙ୍ଗମଞ୍ଚ, ଝୁରି ହେଉଛନ୍ତି ସାଥୀ ଓ ସମଧର୍ମୀ।

Advertisment

ପୁପୁ ନାଁରେ ନିଜ ଜନ୍ମଭୂମିରେ ବେଶ୍ ପରିଚିତ ଥିଲେ ସ୍ୱର୍ଗୀୟ ଅଜିତ। ଏହି ମେଳଣ ପଡ଼ିଆରୁ ହିଁ ଆରମ୍ଭ ହୋଇଥିଲା ପୁପୁଙ୍କ ଅଭିନୟ ଯାତ୍ରା। ବାପା ଶୈଲେଶ ଦାସ ଥିଲେ ସେଠାକାର ଜଣାଶୁଣା ଓକିଲ, କିନ୍ତୁ ବଡ଼ବାପା ସୁଧୀର ଦାସ ଥିଲେ କଳାପ୍ରେମୀ ଓ ମଞ୍ଚ ନାଟକ ନିର୍ଦ୍ଦେଶକ। ଏହି ବଡ଼ବାପାଙ୍କ ପ୍ରଭାବ ପଡ଼ିଥି୍ଲା ପୁପୁଙ୍କ ଉପରେ। ନିଶା ପଲାଟି ଯାଇଥିଲା ନାଟକ କରିବା। ପୁପୁଙ୍କ ଭଉଣୀ ବି ମଞ୍ଚ ନାଟକରେ ଅଭିନୟ କରୁଥିଲେ।

କଳାର ମାଟି ମୟୂରଭଞ୍ଜରୁ ମିଳିଥିଲା ଆଗକୁ ବଢ଼ିବାର ପ୍ରେରଣା। ସେହି ପ୍ରେରଣାକୁ ଆଧାର କରି ରାଜ୍ୟ ଚଳଚ୍ଚିତ୍ର ଓ ମଞ୍ଚ ନାଟକରେ ନିଜକୁ ପ୍ରତିଷ୍ଠିତ କରିଥିଲେ ପୁପୁ। ଆଉ ତାଙ୍କରି ସଫଳତାରେ ଗର୍ବରେ ଫାଟି ପଡ଼ୁଥିଲା ଜନ୍ମମାଟି କରଞ୍ଜିଆ ଆଉ ଆଦ୍ୟ ପ୍ରଦର୍ଶନସ୍ଥଳୀ ମେଳଣ ପଡ଼ିଆ ରଙ୍ଗମଞ୍ଚ। ଏବେ କିନ୍ତୁ ସେହି କିମ୍ବଦନ୍ତୀଙ୍କ ଅବର୍ତ୍ତମାନରେ ଛାତିର କୋହ ଓ ଆଖିର ଲୁହକୁ ଧରି ନିରବୀ ଯାଇଛି କରଞ୍ଜିଆ। ଶ୍ରେଷ୍ଠ ସନ୍ତାନଙ୍କୁ ହରାଇ ସତେ ଯେମିତି ଏକଦମ୍ ବାକଶୂନ୍ୟ ଙୋଇ ପଡ଼ିଛି ଜନ୍ମମାଟି ଆଉ ଥମ୍ ପଡ଼ି ଯାଇଛନ୍ତି ଶୁଭେଚ୍ଛୁ, ସଂପର୍କୀୟ, ସମଧର୍ମୀ ଓ ସାଥୀମାନେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe