Advertisment

କଟକରେ ବୋମାମାଡ଼

କଟକ: କଟକରେ ପୁଣି ଫୁଟିଲା ବୋମା। ଆଜି ଶେଖବଜାର ପୂଜା ମଣ୍ଡପ ନିକଟରେ ୫ଟି ବୋମାମାଡ଼ ହୋଇଛି। ପୂଜା ମଣ୍ଡପ ନିକଟରେ ଥିବା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରକୁ ଏହି ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ କରାଯାଇଥିବା ପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ୨୦୧୨ […]

author-image
Rakesh Mallick
ଅଦ୍ୟତନ ହୋଇଛି
କଟକରେ ବୋମାମାଡ଼

cuttack boma

କଟକ: କଟକରେ ପୁଣି ଫୁଟିଲା ବୋମା। ଆଜି ଶେଖବଜାର ପୂଜା ମଣ୍ଡପ ନିକଟରେ ୫ଟି ବୋମାମାଡ଼ ହୋଇଛି। ପୂଜା ମଣ୍ଡପ ନିକଟରେ ଥିବା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରକୁ ଏହି ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ କରାଯାଇଥିବା ପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ୨୦୧୨ ଜୁଲାଇ ମାସରେ ଶେଖବଜାର ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ କେଶବ ବେହେରା ହତ୍ୟାକାଣ୍ଡ ଘଟଣାର କିଛି ଦିନ ତଳେ ରାୟ ପ୍ରକାଶ ପାଇଥିଲା। ଏହି ଘଟଣାରେ ୯ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରକାଶ ଚନ୍ଦ୍ର ବେହେରା ଅନ୍ୟତମ। କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।.

Advertisment