Advertisment

କଟକରେ ଏନକାଉଣ୍ଟର: ଅପରାଧୀ ୟୁନୁସ ଖାଁ ଆହତ

କଟକ: କଟକ ବାଦାମବାଡ଼ିରେ ଶୁକ୍ରବାର ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ। ଏଥିରେ ଆହତ ହୋଇଛି ଅପରାଧୀ ୟୁନୁସ ଖାଁ। କଟକରେ ଦାଦା ବଟି ଆଦାୟ କରିବା ତଥା ଟେଣ୍ଡର ଫିକ୍ସିଂ ନେଇ ତା’ ନାଁରେ ଏକାଧିକ ମାମଲା ରହିଛି। ଆଜି ଦିନ ପ୍ରାୟ ସାଢେ଼ ଗୋଟାଏ ବେଳେ ବାଦାମବାଡିସ୍ଥିତ ବିକାଶ ଭବନ ନିକଟରେ ୟୁନିସ ତାର ଦୁଇ ଜଣ ସହଯୋଗୀଙ୍କ ସହ ଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ କମିଶନରେଟ୍ […]

author-image
Rakesh Mallick
କଟକରେ ଏନକାଉଣ୍ଟର: ଅପରାଧୀ ୟୁନୁସ ଖାଁ ଆହତ

katakencounter

କଟକ: କଟକ ବାଦାମବାଡ଼ିରେ ଶୁକ୍ରବାର ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ। ଏଥିରେ ଆହତ ହୋଇଛି ଅପରାଧୀ ୟୁନୁସ ଖାଁ। କଟକରେ ଦାଦା ବଟି ଆଦାୟ କରିବା ତଥା ଟେଣ୍ଡର ଫିକ୍ସିଂ ନେଇ ତା’ ନାଁରେ ଏକାଧିକ ମାମଲା ରହିଛି।

Advertisment

ଆଜି ଦିନ ପ୍ରାୟ ସାଢେ଼ ଗୋଟାଏ ବେଳେ ବାଦାମବାଡିସ୍ଥିତ ବିକାଶ ଭବନ ନିକଟରେ ୟୁନିସ ତାର ଦୁଇ ଜଣ ସହଯୋଗୀଙ୍କ ସହ ଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ସାଦା ପୋଷାକରେ ସେଠାର ଚଢ଼ାଉ କରିଥିଲା। ୟୁନୁସ ଓ ତା’ର ସାଥୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ୍ କହିଥିଲା। ତେବେ ଅପରାଧୀଙ୍କ ପକ୍ଷରୁ ପ୍ରଥମେ ଗୁଳି ଚାଳନା କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ୟୁନୁସ ଆହତ ହୋଇଥିଲା। ଏହି ଘଟଣା ପରେ ପୋଲିସ ଅପରାଧୀ ୟୁନୁସ ସମେତ ତାର ଜଣେ ସହଯୋଗୀକୁ କାବୁ କରି ଅଟକ ରଖିଥିବା ଜଣାପଡ଼ିଛି।