ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା: କଥକ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀଙ୍କ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଜଗନ୍ନାଥଙ୍କ ଜଣାଣ- ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ….। ପରେ ସେ ଦେବୀ ଦୁର୍ଗାଙ୍କ ଶକ୍ତି ଓ ମହତ୍ତ୍ୱ ଉପରେ ଆଧାରିତ ଦୁର୍ଗାସ୍ତୁତି ପରିବେଷଣ କରିଥିଲେ।   ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୟଦେବଙ୍କ […]

machine

machine

Manoranjan Sial
  • Published: Saturday, 08 September 2018
  • Updated: 08 September 2018, 04:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀଙ୍କ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଜଗନ୍ନାଥଙ୍କ ଜଣାଣ- ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ....। ପରେ ସେ ଦେବୀ ଦୁର୍ଗାଙ୍କ ଶକ୍ତି ଓ ମହତ୍ତ୍ୱ ଉପରେ ଆଧାରିତ ଦୁର୍ଗାସ୍ତୁତି ପରିବେଷଣ କରିଥିଲେ।
 
ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୟଦେବଙ୍କ 'ଗୀତ ଗୋବିନ୍ଦ' ଆଧାରିତ ଅଭିନୟ। ତାଙ୍କୁ ବାଦ୍ୟରେ ସହଯୋଗ କରିଥିଲେ ତବଲାରେ ଯୋଗେଶ ଗଙ୍ଗାନୀ, ସୀତାରରେ ରବି ଶଙ୍କର ଶର୍ମା, ସାରଙ୍ଗୀରେ ଆୟୁବ ଖାନ ଓ କଣ୍ଠ ସାମିଉଲ୍ଲା ଖାନ୍।
ଅଜିର ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଥିଲା ଆମ୍ଭି ସୁବ୍ରମନ୍ୟମ କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ। ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ଆଭୋଗି। ପରେ ସେ ରାଗ ଚାରୁକେଶୀରେ ପଲ୍ଲବୀ ବାଦନ ଓ ଶେଷରେ ତିଲାନା ପରିବେଷଣ କରିଥିଲେ। 
 
ଉତ୍ସବର ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ଗୁରୁ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଣତି ମହାନ୍ତି ଓ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଓ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos