ଅଧା ରହିଗଲା ଜଳାଭିଷେକ, କେନାଲରେ ଭାସିଗଲେ କାଉଡ଼ିଆ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ। ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ। ନିଖୋଜ କାଉଡ଼ିଆ ଜଣଙ୍କ ହେଲେ  ଶ୍ୟାମ ସୁନ୍ଦର ବାରିକ। ତାଙ୍କ ଘର ତାଳଚେରରେ ବୋଲି ବୋଲି ଜଣାଯାଇଛି।

ଶ୍ୟାମସୁନ୍ଦର ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଆସିଥିଲେ। କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ଶ୍ୟାମସୁନ୍ଦରଙ୍କ ସହ  ତାଙ୍କର ଜଣେ ସାଙ୍ଗ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଶ୍ୟାମସୁନ୍ଦରଙ୍କ ସାଙ୍ଗ ଉଦ୍ଧାର କରିଥିଲେ। ହେଲେ ଶ୍ୟାମସୁନ୍ଦର  ପାଣି ସୁଅରେ ଭାସି ଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳି ନଥିଲା।

ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।