Advertisment

‘କୌନ ବନେଗା କରୋଡ଼ପତି’ରେ ଦୂତି ଚାନ୍ଦ

ମୁମ୍ୱାଇ : ‘କୌନ ବନେଗା କରୋଡପତି’ର କରମବୀର ଏପିସୋଡ୍‌ରେ ଦୌଡ଼ରାଣୀ ଦୂତି ଚାନ୍ଦ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଓ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍‌ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି। T 3526 – सँवर सँवर के सँवार दिया है , चेहरे के हर अंग को अब छोड़ भी दो यारों खेल KBC […]

‘କୌନ ବନେଗା କରୋଡ଼ପତି’ରେ ଦୂତି ଚାନ୍ଦ

dutee

Advertisment

ମୁମ୍ୱାଇ : ‘କୌନ ବନେଗା କରୋଡପତି’ର କରମବୀର ଏପିସୋଡ୍‌ରେ ଦୌଡ଼ରାଣୀ ଦୂତି ଚାନ୍ଦ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଓ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍‌ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି।

Advertisment

https://twitter.com/SrBachchan/status/1186725901985206272

ଏଥିରେ ଭାଗ ନେବା ପରେ ଦୂତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘କୌନ ବନେଗା କରୋଡପତି’କୁ ଆସି ମୋତେ ବହୁତ ଖୁସି ଲାଗୁଛି। ଏହି ଶୋ’କୁ କେବଳ ମୁଁ ଟିଭି ପରଦାରେ ଦେଖିଥିଲି। କିନ୍ତୁ ଏଠାକୁ ଆସି ଅନୁଭବ କଲି। ବଲିଉଡ୍‌ର ବାଦ୍‌ଶାହା ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଦେଖା ସାକ୍ଷାତ ହେଲା। କେବିସିରେ ସେ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡ଼ିଲା। ସମସ୍ତେ କୁହନ୍ତି ସେଟା ହଟ୍‌ ସିଟ୍‌, କିନ୍ତୁ ସେଥିରେ ବସିବା ପରେ ମୁଁ ଅନୁଭବ କଲି ତାହା ହଟ୍‌ ସିଟ୍‌ ବୋଲି। ହଟ୍‌ ସିଟ୍‌ରେ ବସିବା ପରେ ମୋତେ ବହୁତ ଡର ଲାଗୁଥିଲା।

ଦୂତି ଆହୁରି ମଧ୍ୟ କହିଛନ୍ତି, ମୁଁ ଡରରେ ପ୍ରଶ୍ନ ଉତ୍ତର ଦେବାକୁ ମଧ୍ୟ ନର୍ଭସ୍‌ ଫିଲ୍‌ କଲି। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସବୁ ଉତ୍ତର ଦେଇପାରିଲି। ସମସ୍ତଙ୍କର ସ୍ୱପ୍ନ ଥାଏ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଦେଖା କରିବା ପାଇଁ, ଯାହାର ସୁଯୋଗ ମୋତେ ମିଳିଛି। ଏହା ମୋ ପାଇଁ ବହୁତ ଗର୍ବର କଥା।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe