ହୃଷିକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ କବି ହୃଷିକେଶ ମଲ୍ଲିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ହୃଷିକେଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।  ।

ଏହାବାଦ ଦିଗରାଜ ବ୍ରହ୍ମା ପାଇବେ ୨୦୨୧ର ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର ।  ସାହିତ୍ୟ ଏକଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ । ‘ସ୍ପର୍ଶ’ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ପୁରସ୍କାର ପାଇବେ ଦେବବ୍ରତ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।