/odisha-reporter/media/post_attachments/uploads/2015/05/3oriKENDRAPARA-COLLEGE.jpg)
KENDRAPARA-COLLEGE
କେନ୍ଦ୍ରାପଡା:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୯୬%, ବାଣିଜ୍ୟରେ ୯୮% ଓ ବିଜ୍ଞାନରେ ୯୪% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନର ଛାତ୍ରୀ ନିରୁପମା ସାହୁ ମ୍ୟାଥମେଟିକ୍ସ ସମ୍ମାନରେ ସର୍ବୋଚ୍ଚ ୧୮୦୦ରୁ ୧୬୧୦ ମାର୍କ ରଖି (୮୯.୪%) ଟପ୍ପର ହୋଇଛନ୍ତି। କଳା ବିଭାଗରେ ଛାତ୍ର ଜିତୁ ଦାସ ଶିକ୍ଷା ସମ୍ମାନରେ ୧୮୦୦ରୁ ୧୩୭୮ ମାର୍କ(୭୬.୫%) ରଖି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାନ୍ତି ୧୮୦୦ରୁ ୧୪୪୫ ମାର୍କ(୮୦.୨%) ରଖି ଟପ୍ପର ହୋଇଛନ୍ତି।ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାସ ହାର ୯୬% ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
