କେନ୍ଦ୍ରାପଡ଼ାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ରାଜ୍ୟରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା କହ୍ନେଇପୁର ଗାଁରୁ ଏପରି ଅଭିଯୋଗ ଆସିଛି। ଫସଲହାନୀ ଯୋଗୁଁ ଋଣ ଶୁଝିବା ସ୍ଥିତିରେ ସେ ନ ଥିଲେ। ଏହାକୁ ନେଇ ଗୁରୁବାର ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗାଁ ଲୋକେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।