/odisha-reporter/media/post_attachments/uploads/2021/03/6hnb-1.jpg)
Drowned
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ।
Advertisment
ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର।
ଆଜି ଠାକୁରଙ୍କ ହୋଲି ଖେଳ ପରେ ଆଉ ଦୁଇ ଜଣଙ୍କ ସହ ମିଶି ସୌମ୍ୟ ଓ ସ୍ମୃତି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଏହି ଦୁଇ ଜଣ ଗଭୀର ଜଳକୁ ଚାଲି ଯାଇଥିଲେ। ଅନ୍ୟ ଦୁଇ ଜଣ ସେମାନଙ୍କୁ ଉଦ୍ଧାର କରିବା ପ୍ରାୟାସ କରି ବିଫଳ ହୋଇଥିଲେ।
Advertisment
ସୌମ୍ୟ ଓ ସ୍ମୃତି ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଆରମ୍ଭ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
