ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ। ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର। ଆଜି ଠାକୁରଙ୍କ ହୋଲି ଖେଳ ପରେ […]

Drowned

Drowned

Ranjit Kumar Jena
  • Published: Wednesday, 31 March 2021
  • Updated: 31 March 2021, 03:45 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ।

ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର।

ଆଜି ଠାକୁରଙ୍କ ହୋଲି ଖେଳ ପରେ ଆଉ ଦୁଇ ଜଣଙ୍କ ସହ ମିଶି ସୌମ୍ୟ ଓ ସ୍ମୃତି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଏହି ଦୁଇ ଜଣ ଗଭୀର ଜଳକୁ ଚାଲି ଯାଇଥିଲେ। ଅନ୍ୟ ଦୁଇ ଜଣ ସେମାନଙ୍କୁ ଉଦ୍ଧାର କରିବା ପ୍ରାୟାସ କରି ‍ବିଫଳ ହୋଇଥିଲେ।

ସୌମ୍ୟ ଓ ସ୍ମୃତି ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଆରମ୍ଭ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos