unb
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳରେ ଦିନକୁ ଦିନ ଅବାଧରେ ବଢି ଚାଲିଛି ବନ୍ୟ ଜନ୍ତୁ ଶିକାର। ହେଲେ ନିଘୋଡ଼ ନିଦ୍ରାରେ ଶୋଇଛି ବନ ବିଭାଗ। କେତେବେଳେ ବାରହା ତ’ କେତେବେଳେ ହରିଣ ଭଳି ନିରୀହ ଜୀଵ ମାନଙ୍କୁ ମାରି ଦଲାଲ ମାନେ ମାଲେମାଲ ହେଉଛନ୍ତି।
ବନ ବିଭାଗ କାର୍ଯ୍ୟାଳୟର ମାତ୍ର କେଇ ମିଟର ଦୂରରେ ଏକ ଅଟୋ ଯୋଗେ ହରିଣ ମାଂସ ଚାଲାଣ ହେଉଥିବା ବେଳେ ବିଭାଗ ପାଖରେ ଖବର ନାହିଁ। ମହାକାଳପଡ଼ା ବନ୍ୟ ଜୀଵ ବନାଞ୍ଚଳ ଅଧିନ ପେଟଛେ।ଲା ପଂଚାୟତ ଅଧିନ ଲୁଣା ଘେରି ନିକଟ କେନ୍ତିଆ ଛକରେ ଏକ ଅଟୋରୁ ୨୦ କେଜି ହରିଣ ମାଂସ ଜବତ କରାଯାଇଛି।
ସ୍ଥାନୀୟ ଲୋକେ ଚଢ଼ାଉ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨୦କେଜି ହରିଣ ମାଂସ ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପ ଦାସକୁ ଗିରଫ କରିଛି। ଘଟଣା ସ୍ଥଳରୁ ଆଉ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଏଥିସହ ଅଟୋକୁ ମଧ୍ୟ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/unb.jpg)