Advertisment

ଫାଟିଲା ସ୍କୁଲ ଗାଡ଼ି ରେଡିଏଟର, ୩ ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍କୁଲ ଗାଡ଼ିର ରେଡିଏଟର ଫାଟି ୩ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରମାନଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ୨ୟ ଓ ୩ୟ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଘଟିଛି। ଆହତ ଛାତ୍ରମାନେ ମାର୍ଶାଘାଇସ୍ଥିତ ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲରେ ପଢ଼ୁଥିବା ଜଣାଯାଇଛି। ଆଜି ସକାଳେ ପିଲାମାନେ ଗାଡ଼ିରେ ସ୍କୁଲ ଯାଉଥିଲେ। ଡ୍ରାଇଭର ସିଟ୍‌ ନିକଟରେ […]

ଫାଟିଲା ସ୍କୁଲ ଗାଡ଼ି ରେଡିଏଟର, ୩ ଛାତ୍ର ଗୁରୁତର

blast

Advertisment

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍କୁଲ ଗାଡ଼ିର ରେଡିଏଟର ଫାଟି ୩ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରମାନଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ୨ୟ ଓ ୩ୟ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଘଟିଛି। ଆହତ ଛାତ୍ରମାନେ ମାର୍ଶାଘାଇସ୍ଥିତ ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲରେ ପଢ଼ୁଥିବା ଜଣାଯାଇଛି।

Advertisment

ଆଜି ସକାଳେ ପିଲାମାନେ ଗାଡ଼ିରେ ସ୍କୁଲ ଯାଉଥିଲେ। ଡ୍ରାଇଭର ସିଟ୍‌ ନିକଟରେ ୨ ପିଲା ବସିଥିବା ବେଳେ ଅନ୍ୟମାନେ ପଛରେ ବସିଥିଲେ।  ଗାଡ଼ିଟି ଅଧା ବାଟରେ ହୋଇଥିବା ବେଳେ ହଠାତ୍‌ ତାହାର ରେଡିଏଟର ଫାଟିଥିଲା। ଫଳରେ ଆଗରେ ବସିଥିବା ୨ ଛାତ୍ର ଓ ପଛରେ ବସିଥିବା ଜଣେ ଛାତ୍ର ଗୁରୁତର ହୋଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ୩ ଛାତ୍ରଙ୍କୁ ମାର୍ଶାଘାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ଜଣେ ଏବେ ଚିକିତ୍ସାଧୀନ ଅଛନ୍ତି। ଗାଡ଼ିର ଡ୍ରାଇଭରଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଗାଡ଼ିର ଫିଟନେସ ଅବଧୀ ସରି ଯାଇଥିବା ଜଣାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe