Advertisment

ସାବୁନ ପାଇଁ ସଂଘର୍ଷ; ନାବାଳକର ବେକ କାଟିଥିବା ନାବାଳକ ଅଟକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସାବୁନ ପାଇଁ ସଂଘର୍ଷ। ଶେଷରେ ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆଈର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଆସି ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ  କରୁଛି ନାବାଳକ ପାପୁନି। ଏହି ଘଟଣାର ତନାଘନା କରି ପୁଲିସ୍‌ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି। ସାମାନ୍ୟ ଝଗଡ଼ାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା […]

author-image
Niharika Rout
ସାବୁନ ପାଇଁ ସଂଘର୍ଷ; ନାବାଳକର ବେକ କାଟିଥିବା ନାବାଳକ ଅଟକ

attack

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସାବୁନ ପାଇଁ ସଂଘର୍ଷ। ଶେଷରେ ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆଈର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଆସି ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ  କରୁଛି ନାବାଳକ ପାପୁନି। ଏହି ଘଟଣାର ତନାଘନା କରି ପୁଲିସ୍‌ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।

Advertisment

ସାମାନ୍ୟ ଝଗଡ଼ାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ। ଏଥିସହଏଥିସହ  ଆକ୍ରମଣ ପଛର କାହାଣୀ ବଖାଣିବାକୁ ଯାଇ କହିଛନ୍ତି, ଗତ ୪ ତାରିଖରେ ପାପୁନି ଉକ୍ତ ଅଭିଯୁକ୍ତ ନାବାଳକ ସହ ଗାଧୋଇବାକୁ  ଯାଇଥିଲା। ସେଠାରୁ ଫେରିବା ପରେ ଅଭିଯୁକ୍ତ ନିଜ ସାବୁନ ପାଇ ନ ଥିଲା। ଏହାପରେ ଅପରାହ୍ନରେ ପାପୁନିକୁ ଏ ସମ୍ପର୍କରେ ପଚାରିବାରୁ ସେ ସାବୁନ ନେଇ ନ ଥିବା କହିଥିଲେ।

ଏଥିରେ ବିଶ୍ୱାସ ନ କରି ଉତ୍ତ୍ୟକ୍ତ ହୋଇଥିବା ଅଭିଯୁକ୍ତଜଣକ ନିଜ ବେଲ୍ଟ ସାହାଯ୍ୟରେ ପାପୁନିକୁ ଟାଣି ଟାଣି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଯାଇଥିଲା। ଏହାପରେ ନିଜ ପକେଟରେ ଥିବା ଏକ ବ୍ଲେଡରେ ତା’ ବେକ କାଟି ଦେଇଥିଲା। ଏହାପରେ ପାପୁନି ବାହାରକୁ ଦୌଡ଼ି ଆସିବାକୁ ଚିତ୍କାର କରିବାରୁ ଅଭିଯୁକ୍ତଜଣକ ତାକୁ ଭିତରକୁ ଠେଲି କବାଟ ଦେଇଥିଲା। ଯାହାଫଳରେ କବାଟ ମଝିରେ ପାପୁନିର ଆଙ୍ଗୁଠି ରହି ଚାପି ହୋଇ ଯାଇଥିଲା।

Advertisment

ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଅକୁ ନ ପାଇବାରୁ ମୁମୂର୍ଷ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାର୍ଶଘାଇ ଡାକ୍ତରଖାନା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଅଟାବୁହା ଗାଁର ଜଣେ ମହିଳାଙ୍କ ଶୁଦ୍ଧିକ୍ରିୟା ଥିଲା। ଏଥିରେ ଯୋଗ ଦେବାକୁ ତାଙ୍କ ଜ୍ୱାଇଁ କୈଳାଶ ଦଳେଇ ନିଜ ପରିବାର ସହ ପହଞ୍ଚିଥିଲେ। କୈଳାଶଙ୍କ ସାଙ୍ଗରେ ତାଙ୍କ ୭ ବର୍ଷର ପୁଅ ପାପୁନି  ମଧ୍ୟ ଯାଇଥିଲା।  ଶୁଦ୍ଧିକ୍ରିୟା କାମରେ ସମସ୍ତେ  ବ୍ୟସ୍ତ ଥିବା ବେଳେ ପରିବାର ଲୋକେ ପୁଅକୁ ଖୋଜି ପାଇ ନ ଥିଲେ ।

ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା  ସଙ୍କଟାପନ୍ନ ରହିଛି।