Advertisment

ଷ୍ଟ୍ରଙ୍ଗରୁମ୍‌ ବାହାରେ ପଡ଼ିଛି ବାଲାଟ ପେପର, ତୀବ୍ର ଉତ୍ତେଜନା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍‌ ରିଗିଂ ମଧ୍ୟରେ ସରିଲା ପଞ୍ଚାୟତ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ। ଏବେ ନେତାଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍‌ ହୋଇ ଷ୍ଟ୍ରଙ୍ଗ ରୁମ୍‌ରେ ଥିବା ବେଳେ ବାହାରେ ଜଗି ବସିଛନ୍ତି ବିଭିନ୍ନ ରାଜନୈତିକ ଦଳ କର୍ମକର୍ତ୍ତା। ଆସନ୍ତା କାଲିଠୁ ଆରମ୍ଭ ହେବ ଗଣନା। ତେବେ ଆଜି କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ ଆଗରେ ଦେଖିବାକୁ ମିଳିଛି  ବାଲାଟ ପେପର । ସେଥିମଧ୍ୟରୁ କିଛି ଚିରା ହୋଇବି […]

ଷ୍ଟ୍ରଙ୍ଗରୁମ୍‌ ବାହାରେ ପଡ଼ିଛି ବାଲାଟ ପେପର, ତୀବ୍ର ଉତ୍ତେଜନା

balat-paper

Advertisment

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍‌ ରିଗିଂ ମଧ୍ୟରେ ସରିଲା ପଞ୍ଚାୟତ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ। ଏବେ ନେତାଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍‌ ହୋଇ ଷ୍ଟ୍ରଙ୍ଗ ରୁମ୍‌ରେ ଥିବା ବେଳେ ବାହାରେ ଜଗି ବସିଛନ୍ତି ବିଭିନ୍ନ ରାଜନୈତିକ ଦଳ କର୍ମକର୍ତ୍ତା। ଆସନ୍ତା କାଲିଠୁ ଆରମ୍ଭ ହେବ ଗଣନା। ତେବେ ଆଜି କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ ଆଗରେ ଦେଖିବାକୁ ମିଳିଛି  ବାଲାଟ ପେପର । ସେଥିମଧ୍ୟରୁ କିଛି ଚିରା ହୋଇବି ପଡ଼ିଛି।  ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଆଶ୍ୱାସନା ଶୁଣିବାକୁ ନାରାଜା ଉତ୍ତ୍ୟକ୍ତ ଲୋକେ।

Advertisment

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ବିଭିନ୍ନ ପଞ୍ଚାୟତର ବାଲାଟ ବକ୍ସ ରହିଛି। ଏହାକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ତେବେ  ଆଜି ସକାଳୁ ଷ୍ଟ୍ରଙ୍ଗରୁମ ସମ୍ମୁଖରେ କିଛି ବାଲାଟ ପେପର ପଡ଼ିଥିବା ବେଳେ ସେଥିମଧ୍ୟରୁ କିଛି ଚିରା ହୋଇ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଉକ୍ତ ବାଲାଟ ପେପର କିଛି ପଞ୍ଚାୟତର ହୋଇଥିବା ବେଳେ ସେଥିରେ କିଛି ନିର୍ଦ୍ଦିଷ୍ଟ ଦଳର ଚିହ୍ନ ରହିଛି। ଏହାବାଦ ସେଥିମଧ୍ୟରୁ କିଛି ବାଲାଟ ପେପରର ନିର୍ଦ୍ଦିଷ୍ଟ ଚିହ୍ନରେ  ଷ୍ଟାମ୍ପ ମଧ୍ୟ ମରାଯାଇଛି।

[caption id="attachment_716289" align="aligncenter" width="650"]balat-paper କେନ୍ଦ୍ରାପଡ଼ା ଷ୍ଟ୍ରଙ୍ଗ ରୁମ୍‌ ବାହାରେ ପଡ଼ିଥିବା ଚିରା ବାଲାଟ ପେପର ।[/caption]

Advertisment

ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପଞ୍ଚାୟତର  ପ୍ରାର୍ଥୀମାନେ  ନିଜ ସମର୍ଥକଙ୍କ ସହ ପହଞ୍ଚିଛନ୍ତି। ଏହା କେଉଁଠି ଆସିଲା, କିଏ ପକାଇଲା ତାହାର ତଦନ୍ତ ସହ ସିସିଟିଭି ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଖବର ପାଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ବିଡିଓ, ଆଇଆଇସି ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି।

ଉକ୍ତ ବାଲାଟ ପେପର ଡୁପ୍ଲିକେଟ ବୋଲି ଉପଜିଲ୍ଲାପାଳ କହିବା ସତ୍ତ୍ୱେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ଉତ୍ତ୍ୟକ୍ତ ଲୋକେ।  ଡୁପ୍ଲିକେଟ ବାଲାଟ ପେପର ହେଲେ ସେଥିରେ ଗୋଟିଏ ଚିହ୍ନରେ କିପରି ଷ୍ଟାମ୍ପ  ମରାଯାଇଛି ବୋଲି ପ୍ରଶ୍ନ ପଚାରିଛନ୍ତି।  ଅପରପକ୍ଷେ, ଏଥିନିମନ୍ତେ ନିର୍ବାଚନ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିବାକୁ କହିଛନ୍ତି ଉପଜିଲ୍ଲାପାଳ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe