Advertisment

ଭିତରକନିକାରେ ପକ୍ଷୀ ଗଣନା ଶେଷ, ଏଥର ସଂଖ୍ୟା ବଢ଼ିଛି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେଶେଷ ହୋଇଛି ଦେଶୀୟ ପକ୍ଷୀ ଗଣନା। ଚଳିତ ବର୍ଷ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶୀୟ ପକ୍ଷୀମାନେ ଆସିଥାନ୍ତି। ଚଳିତ ବର୍ଷ ଭିତରକନିକା ରେ ଦେଶୀୟ ପକ୍ଷୀ ଗଣନା ପାଇଁ ଦୁଇଟି ଟିମ କରାଯାଇଥିଲା । ପ୍ରତ୍ୟେକ  ଟିମରେ ୭ଜଣ ଲେଖାଏଁ ସଦସ୍ୟ ସାମିଲ […]

ଭିତରକନିକାରେ ପକ୍ଷୀ ଗଣନା ଶେଷ, ଏଥର ସଂଖ୍ୟା ବଢ଼ିଛି

4nm

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେଶେଷ ହୋଇଛି ଦେଶୀୟ ପକ୍ଷୀ ଗଣନା। ଚଳିତ ବର୍ଷ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶୀୟ ପକ୍ଷୀମାନେ ଆସିଥାନ୍ତି। ଚଳିତ ବର୍ଷ ଭିତରକନିକା ରେ ଦେଶୀୟ ପକ୍ଷୀ ଗଣନା ପାଇଁ ଦୁଇଟି ଟିମ କରାଯାଇଥିଲା । ପ୍ରତ୍ୟେକ  ଟିମରେ ୭ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଥିଲେ। ଏହି ପକ୍ଷୀ ଗଣନା କାର୍ଯ୍ୟ ସାତ ଦିନ ଧରି ହୋଇଥିଲା।

Advertisment

ଏହି ଟିମ ମଠଆଡ଼ିଆ, ଲଷ୍ମୀପ୍ରସାଦ ଡ଼ିଆ,ଦୁର୍ଗାପ୍ରସାଦଡିଆ ରେ ଗଣତି କରିଥିଲେ। ଚଳିତ ବର୍ଷ ଦଶ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା। ଗେଣ୍ଡାଳିଆ,ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ,କାପରଖାଇ ପ୍ରଭୁତି ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି।

ତେବେ ଚଳିତ ବର୍ଷ ବୃଦ୍ଧି ପାଇଛି ଦେଶୀୟ ପକ୍ଷୀ ସଂଖ୍ୟା। ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ୨୨ହଜାର ୮୨୮ବସା ଚିହ୍ନଟ ହୋଇଛି। ଗତବର୍ଷ ୯୭ ହଜାର ୮୬୬ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୦ ହଜାର ୭୭୩ଟି ପକ୍ଷୀ ଅଧିକ ଆସିଛନ୍ତି ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe