ବାତ୍ୟା ୟସ୍‌ ପାଇଁ ଆସିଥିଲା ଚୁଡ଼ା, ଏବେ ପୋତିଦେଲେ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଗତ ମେ ମାସରେ ଆସିଥିଲା ବାତ୍ୟା ୟସ୍‌। ଏହି ବାତ୍ୟାରେ କେନ୍ଦ୍ରାପଡାର ତଳିଆ ଅଞ୍ଚଳ ବେଶୀ ପ୍ରଭାବିତ ହୋଇଥିଲା। ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବା ଉପରେ ପ୍ରଶାସନ ବେଶୀ  ଗୁରୁତ୍ୱ ଦେଇଥିଲା। କିଭଳି ଧନ ଜୀବନ ନଷ୍ଟ ନହେବ ସେଥିପାଇଁ ବେଶ ନଜର ରଖିଥିଲା ପ୍ରଶାସନ ।ଆଉ ପ୍ରଭାବିତ ଲୋକଙ୍କ ପାଖରେ କିଭଳି ଶୁଖିଲା ଖାଦ୍ୟ ପହଞ୍ଚାଯାଇପାରିବ ସେନେଇ ମଧ୍ୟ ବେଶ ତତ୍ପର ଦେଖାଇଥିଲା ପ୍ରଶାସନ। କିନ୍ତୁ ବାଘମାରି ପଞ୍ଚାୟତ କୁ […]

6901

Tapas Behera
  • Published: Monday, 26 July 2021
  • , Updated: 26 July 2021, 04:50 PM IST

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଗତ ମେ ମାସରେ ଆସିଥିଲା ବାତ୍ୟା ୟସ୍‌। ଏହି ବାତ୍ୟାରେ କେନ୍ଦ୍ରାପଡାର ତଳିଆ ଅଞ୍ଚଳ ବେଶୀ ପ୍ରଭାବିତ ହୋଇଥିଲା। ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବା ଉପରେ ପ୍ରଶାସନ ବେଶୀ  ଗୁରୁତ୍ୱ ଦେଇଥିଲା। କିଭଳି ଧନ ଜୀବନ ନଷ୍ଟ ନହେବ ସେଥିପାଇଁ ବେଶ ନଜର ରଖିଥିଲା ପ୍ରଶାସନ ।ଆଉ ପ୍ରଭାବିତ ଲୋକଙ୍କ ପାଖରେ କିଭଳି ଶୁଖିଲା ଖାଦ୍ୟ ପହଞ୍ଚାଯାଇପାରିବ ସେନେଇ ମଧ୍ୟ ବେଶ ତତ୍ପର ଦେଖାଇଥିଲା ପ୍ରଶାସନ।

କିନ୍ତୁ ବାଘମାରି ପଞ୍ଚାୟତ କୁ ଆସିଥିବା ଶୁଖିଲା ଖାଦ୍ୟ ଚୁଡା ଲୋକଙ୍କୁ ନ ଦେଇ ଦୀର୍ଘ ଦୁଇ ମାସ ପରେ ଏବେ ବସ୍ତା ବସ୍ତା ଚୁଡା ମାଟିରେ ପୋତା ଯାଇଉଛି। ଯାହାକୁ ତୀବ୍ର ବିରୋଧ କରାଯାଇଛି। ଲୋକଙ୍କ ଖାଦ୍ୟ କାହିଁକି ଗଛିତ ରଖାଯାଇଥିଲା ?  କାହିଁକି ଲୋକଙ୍କୁ ଦିଆନଯାଇ ବର୍ତ୍ତମାନ ନଷ୍ଟ କରାଯାଉଛି ସେନେଇ ସନ୍ଦେହ ଘେରରେ ।

ଅନ୍ୟପଟେ  ଅପରପକ୍ଷଙ୍କ କହିବା ଅନୁଯାୟୀ  ବାତ୍ୟା ୟସ ସମୟରେ ଯେଉଁ ଚୁଡା ଆସିଥିଲା ସେ ସବୁ ବଣ୍ଟା ଯାଇଥିଲା । କିନ୍ତୁ କିଛି ବସ୍ତା ଚୁଡା  ଗମୁଆ ହେବା କାରଣରୁ ଲୋକ ଙ୍କ ଖାଦ୍ୟ ଉପଯୋଗୀ ନଥିଲା। ତେଣୁ ସେହି ଚୁଡା ବାଘମାରି ପଞ୍ଚାୟତ ମଞ୍ଜୁଳା ପୋଲି ବିଦ୍ୟାଳୟରେ ରଖା ଯାଇଥିଲା । କିନ୍ତୁ ଆଜି ଠାରୁ ବିଦ୍ୟାଳୟ ଖୋଲିବା କୁ ନିଷ୍ପତି ହେବା ପରେ ସେ ଚୁଡାକୁ ବିଦ୍ୟାଳୟ ପରିସରରେ ପୋତି ଦିଆଯାଇଛି ।

Related story