Advertisment

ପରକୀୟା ପ୍ରୀତିରୁ ଚାଲିଥିଲା ଝଗଡ଼ା, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ!

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପରକୀୟା ପ୍ରୀତି ସନ୍ଦେହରୁ ସମ୍ପର୍କରେ ଦେଖାଦେଲା ଫାଟ। ଏପରିକି ସ୍ୱାମୀ ସ୍ତ୍ରୀ କଳି ଚରମ ସୀମାରେ ପହଞ୍ଚିଲା। ଶେଷରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ । ହେଲେ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ କିନ୍ତୁ ସ୍ୱାମୀ ଜଳୁଥିବା ଦେଖି ବଞ୍ଚାଇବାକୁ ଯାଇ ଆଖି ବୁଜିଛନ୍ତି।  ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବନ୍ଦିତା ମଲ୍ଲିକ। ଏଥିରେ […]

author-image
Niharika Rout
ଅଦ୍ୟତନ ହୋଇଛି
ପରକୀୟା ପ୍ରୀତିରୁ ଚାଲିଥିଲା ଝଗଡ଼ା, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ!

fire-1

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପରକୀୟା ପ୍ରୀତି ସନ୍ଦେହରୁ ସମ୍ପର୍କରେ ଦେଖାଦେଲା ଫାଟ। ଏପରିକି ସ୍ୱାମୀ ସ୍ତ୍ରୀ କଳି ଚରମ ସୀମାରେ ପହଞ୍ଚିଲା। ଶେଷରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ । ହେଲେ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ କିନ୍ତୁ ସ୍ୱାମୀ ଜଳୁଥିବା ଦେଖି ବଞ୍ଚାଇବାକୁ ଯାଇ ଆଖି ବୁଜିଛନ୍ତି।  ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବନ୍ଦିତା ମଲ୍ଲିକ। ଏଥିରେ ତାଙ୍କ ସ୍ୱାମୀ ଶୈଳେନ୍ଦ୍ର ମଲ୍ଲିକ ଗୁରୁତର ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

Advertisment

[caption id="attachment_619310" align="aligncenter" width="650"]hospital ମେଡିକାଲ ସମ୍ମୁଖରେ ପରିବାର ଲୋକ ଓ ପୁଲିସ୍‌।[/caption]

ସ୍ୱାମୀର ପରକୀୟା ପ୍ରୀତି ଘଟଣାକୁ ନେଇ ଗତକାଲି ଦିନ ସାରା ଶୈଳେନ୍ଦ୍ର ଓ ବନ୍ଦିତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା।  ପ୍ରାୟ ମଧ୍ୟ ରାତ୍ରରେ କଳି ଉଗ୍ର ରୂପ ନେଇଥିଲା। ଏହାପରେ ଉତ୍ୟକ୍ତ  ଶୈଳେନ୍ଦ୍ର ନିଜ ଦେହରେ କିରାସିନି ଢାଳି ସ୍ତ୍ରୀ ସାମ୍ନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ  ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ନିଜେ ମଧ୍ୟ ଗୁରୁତର ହୋଇପଡ଼ିଥିଲେ ।

Advertisment

[caption id="attachment_619311" align="aligncenter" width="650"]Hospital ଗୁରୁତର ପତିପତ୍ନୀଙ୍କୁ କଟକ ନିଆଯାଉଛି।[/caption]

ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର କଟକରେ ପହଞ୍ଚିବା ପୂର୍ବରୁ ବନ୍ଦିତା ଆଖି ବୁଜି ଦେଇଥିବା ବେଳେ ଶୈଳେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।