Advertisment

କିପରି କରିଥିଲେ ମାନସ ଅପହରଣ, ପଳାଶପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କିପରି କଲେ ମାନସର ଅପହରଣ, କିପରି ନେଲେ ତା’ର ଜୀବନ। ଏହାପରେ ମୃତଦେହ ଫୋପାଡ଼ିବାକୁ ନୟାଗଡ଼ ଯାଇଥିବା ବେଳେ ସେଠାରେ କିପରି ଥିଲା ସମସ୍ତଙ୍କ ଭୂମିକା। କିଏ କେଉଁ ଦାୟିତ୍ୱ ତୁଲାଇଥିଲେ। କିପରି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କଲେ। ରିମାଣ୍ଡର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସମ୍ମୁଖରେ ଆଜି  ସବୁ ଅପରାଧର ଡେମୋ ଦେଖାଇବେ ଶର୍ମିଷ୍ଠା। ମାନସ ଅପହରଣଠୁ ଆରମ୍ଭ କରି ହତ୍ୟା ଓ ଶବ ପୋତା ସବୁର ଆଜି ହେବ କ୍ରାଇମ୍‌ ସିନ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
କିପରି କରିଥିଲେ ମାନସ ଅପହରଣ, ପଳାଶପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

sarmista on spot

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କିପରି କଲେ ମାନସର ଅପହରଣ, କିପରି ନେଲେ ତା’ର ଜୀବନ। ଏହାପରେ ମୃତଦେହ ଫୋପାଡ଼ିବାକୁ ନୟାଗଡ଼ ଯାଇଥିବା ବେଳେ ସେଠାରେ କିପରି ଥିଲା ସମସ୍ତଙ୍କ ଭୂମିକା। କିଏ କେଉଁ ଦାୟିତ୍ୱ ତୁଲାଇଥିଲେ। କିପରି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କଲେ। ରିମାଣ୍ଡର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସମ୍ମୁଖରେ ଆଜି  ସବୁ ଅପରାଧର ଡେମୋ ଦେଖାଇବେ ଶର୍ମିଷ୍ଠା। ମାନସ ଅପହରଣଠୁ ଆରମ୍ଭ କରି ହତ୍ୟା ଓ ଶବ ପୋତା ସବୁର ଆଜି ହେବ କ୍ରାଇମ୍‌ ସିନ୍‌ ରିକ୍ରିଏଟ।

Advertisment

ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ଭଦ୍ରକ ଚାନ୍ଦବାଲିର ପଳାଶପୁରକୁ ଯାଇଛି। ସେଠାରେ ମାନସ ଅପହରଣ ନାଟକକୁ ଜୀବନ୍ତ କରି ଦେଖାଇଛନ୍ତି ଶର୍ମିଷ୍ଠା।

ଆଜି ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ଧରି ପ୍ରଥମେ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଥିଲେ। ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା, ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ମାନସଙ୍କ ଅପହରଣ ନିମନ୍ତେ ସୁଚିନ୍ତିତ ଯୋଜନା ହୋଇଥିବା ବେଳେ ଘଟଣା ଦିନ ବିଳମ୍ବିତ ରାତିରେ ବଧିମୁହଁ ଛକରେ ପହଞ୍ଚିଥିବା କ୍ରାଇମବ୍ରାଞ୍ଚ ସମ୍ମୁଖରେ କହିଛନ୍ତି ଶର୍ମିଷ୍ଠା।

Advertisment

[caption id="attachment_724284" align="aligncenter" width="650"]sarmista ଶର୍ମିଷ୍ଠାଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ପଳାଶପୁର ଯାଇଥିବା ବେଳେ ସେଠାରେ ଜମିଥିଲା ଅସମ୍ଭବ ଭିଡ଼ ।[/caption]

ଦୋଳମଣ୍ଡପ ନିକଟରେ ବିବାହ ଚାଲୁଥିବା ବେଳେ ପଛରେ ସେମାନେ ଗାଡ଼ି ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଏହାପରେ ବିବାହ ସରିବା ପରେ ସେମାନେ ସେଠାରୁ ଜୋରଜବରଦସ୍ତ ମାନସଙ୍କୁ ଅପହରଣ କରି ନେଇଥିବା କ୍ରାଇମବ୍ରାଞ୍ଚ ସମ୍ମୁଖରେ ବଖାଣିଥିଲେ ଶର୍ମିଷ୍ଠା। ଶର୍ମିଷ୍ଠା ଆସୁଥିବା ଖବର ପାଇ ସେଠାରେ ଅସମ୍ଭବ ଭିଡ଼ ଲାଗି ରହିଥିଲା। ଏଥିଯୋଗୁ କ୍ରାଇମ ସିନ୍‌ ରିକ୍ରିଏଟ କରିବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା ।

ସେଠାରୁ ଶର୍ମିଷ୍ଠାଙ୍କୁ  ଭୁବନେଶ୍ୱର ଦୟାଲ ଆଶ୍ରମ ନିଆଯିବ। ଆଶ୍ରମ ଭିତରେ କିଏ କିଏ ଉପସ୍ଥିତ ଥିଲେ, ମାନସଙ୍କୁ କିଏ କିପରି ପିଟିଲା, କିପରି ହତ୍ୟା କରାଗଲା ତାହାର ମଧ୍ୟ ଡେମୋ ଦେଖାଇବେ ଶର୍ମିଷ୍ଠା। ଏହାପରେ ପୁଣି ତାଙ୍କୁ ମାନସଙ୍କ ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଅଭିଯୁକ୍ତ ଶର୍ମିଷ୍ଠା, ଝୁନୁ, ରଞ୍ଜନ ଓ ନିରଞ୍ଜନଙ୍କୁ ଗତ ମଙ୍ଗଳବାରଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନିଅଯାଇଥିବା ବେଳେ ଆସନ୍ତାକାଲି ପୂରୁଛି ଅବଧୀ। ଏହାପୂର୍ବରୁ ରିମାଣ୍ଡର ଚତୁର୍ଥ ଦିନରେ ଆଜି ଶର୍ମିଷ୍ଠାଙ୍କୁ ବିଭିନ୍ନ ସ୍ପଟକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରୁଛି ଟିମ୍‌ ।

ଗତକାଲି ରଞ୍ଜନଙ୍କୁ ଚଣ୍ଡିଖୋଲ ଶଙ୍ଖରିଗଡ଼ାକୁ ନେଇ ହତ୍ୟାରେ ବ୍ୟବହୃତ ସାମଗ୍ରୀ ସମେତ ମାନସଙ୍କ ଦରପୋଡ଼ା ଚପଲ, ଇଅରଫୋନ ଆଦି ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ମାନସ ହତ୍ୟାକାଣ୍ଡ ଘଟିଲା, ସେ ସମ୍ପର୍କରେ ଏଯାଏ ମିଳିନି ଟେର। ତାହା କେଉଁଠି ଓ କାହା ପାଖରେ ଅଛି, ନା ତାକୁ ନଷ୍ଟ କରି ଦିଆଯାଇଛି, ସେଥିରେ କେଉଁ କେଉଁ ବଡ଼ ମୁଣ୍ଡ ସମ୍ପୃକ୍ତ ଅଛନ୍ତି ତାହା ଏବେ ବି ଅସମାହିତ ପ୍ରଶ୍ନ । ଏସବୁ ପ୍ରଶ୍ନର ଉତ୍ତର କେବେ ସାଧାରଣରେ ପ୍ରକାଶ ପାଇବ, ତାହା ଉପରେ ସମସ୍ତଙ୍କ ନଜର।