Advertisment

ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ ୫ ଗିରଫ

କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ଼ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ରିଭଲବର, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ , ଦୁଇଟି ମୋଟର ସାଇକେଲ, ୫ ଟି ମୋବାଇଲ ଫୋନ  ଜବତ କରିଛି ପୁଲିସ। ତେବେ ବାବୁଲି ମହାରଣାଙ୍କ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଆହତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଚିକିତ୍ସା କରିଥିବା କଟକ […]

ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ ୫ ଗିରଫ

709

Advertisment

କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ଼ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ରିଭଲବର, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ , ଦୁଇଟି ମୋଟର ସାଇକେଲ, ୫ ଟି ମୋବାଇଲ ଫୋନ  ଜବତ କରିଛି ପୁଲିସ।

Advertisment

ତେବେ ବାବୁଲି ମହାରଣାଙ୍କ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଆହତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଚିକିତ୍ସା କରିଥିବା କଟକ ଜିଲ୍ଲା ଅସୁରେଶ୍ୱର  ସ୍ଥିତ ସାହ ନର୍ସିଂ ହୋମକୁ ସିଲ କରିଛି। ଅଭିଯୁକ୍ତଙ୍କ ଗିରଫଦାରିକୁ ନେଇ କେନ୍ଦ୍ରାପଡା ଏସ୍ପି ମଦକର ସମ୍ବିତ ସମ୍ପଦ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ଏସ୍ପି ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୪ ତାରିଖରେ ତିନିମୁହାଣୀ ବଜାର କମିଟି ସଭାପତି ବାବୁଲି ମହାରଣା ଙ୍କୁ ତାଙ୍କ ଟ୍ରାକ୍ଟର ସୋ ରୁମରେ ପଶି ହତ୍ୟା ଉଦ୍ୟମ କରିଥିଲେ ଦୁଇ ଯୁବକ। ଏହା ପୂର୍ବରୁ ୨୦୧୯ ଜୁଲାଇ ମାସରେ ମଧ୍ୟ ବାବୁଲିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe