Advertisment

ହାଇଦର ପୁଅକୁ ମିଳିଲାନି ଜାମିନ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଗ୍ୟାଙ୍ଗଷ୍ଟର ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ । ହାଇଦରର ପୁଅ ସେକ୍ କାଦିର ଓରଫ ମୁନାର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍।  ବାପା ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ୪୦ ଦିନିଆ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା କାଦିର୍ ।  ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା, ସେ ଫେରାର୍ ହେବାର ଡର ଥିବା, ଏପରିକି ମୁନାର ଜୀବନ ପ୍ରତି ଆଶଙ୍କା ଥିବା ଯୋଗୁଁ କୋର୍ଟ […]

author-image
Tapas Behera
ହାଇଦର ପୁଅକୁ ମିଳିଲାନି ଜାମିନ

Gangster Hyder

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଗ୍ୟାଙ୍ଗଷ୍ଟର ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ । ହାଇଦରର ପୁଅ ସେକ୍ କାଦିର ଓରଫ ମୁନାର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍।  ବାପା ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ୪୦ ଦିନିଆ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା କାଦିର୍ ।  ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା, ସେ ଫେରାର୍ ହେବାର ଡର ଥିବା, ଏପରିକି ମୁନାର ଜୀବନ ପ୍ରତି ଆଶଙ୍କା ଥିବା ଯୋଗୁଁ କୋର୍ଟ ଜାମିନ ଆବେଦନକୁ ଖାରଜ କରି ଦେଇଥିବା ଓକିଲ କହିଛନ୍ତି।    ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରାପଡ଼ାରୁ ହଟିଛି ୧୪୪ ଧାରା। ଗତକାଲି ଆଜି ରାତି ୧୧ଟାରୁ କେନ୍ଦ୍ରାପଡ଼ା ସହରରୁ ହଟିଛି ୧୪୪ ଧାରା। ଆସନ୍ତା ୩୦ ତାରିଖ ରାତି ୧୧ଟା ଯାଏଁ ଜାରି ହୋଇଥିଲା ୧୪୪ ଧାରା।

Advertisment

ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଏହି ଧାରା ଜାରି କରାଯାଥିଲା। ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତ୍ତର ରହିବା ନେଇ ଘୋଷଣା ହୋଇଥିଲା । କେନ୍ଦ୍ରାପଡ଼ା ପୌରାଞ୍ଚଳ ଓ ନିକଟସ୍ଥ ୪ଟି ପଞ୍ଚାୟତ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ଏହି ୧୪୪ ଧାରା ଜାରି କରାଯାଇ ଥିବା କୁହାଯାଥିଲା।

ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରରେ  ମୃତ୍ୟୁ ଘଟିଥିଲା ।

Advertisment