Advertisment

ଶେଯରେ ବିତୁଛି ଜୀବନ, କର୍କଟ କରୁଛି କଲବଲ

ଆଳି(ବନମାଳୀ ସାହୁ): ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର। ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ୮ମାସ ହେବ ଦୁରାରୋଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ମରଣ ସହ ସଂଗ୍ରାମ କରୁଛନ୍ତି ସେ। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ଗାଁର ଲଷ୍ମୀଧର ବିଶ୍ୱାଳଙ୍କ କଥା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏବେ ଲଷ୍ମୀଧରଙ୍କ […]

ଶେଯରେ ବିତୁଛି ଜୀବନ, କର୍କଟ କରୁଛି କଲବଲ

590

Advertisment

ଆଳି(ବନମାଳୀ ସାହୁ): ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର। ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ୮ମାସ ହେବ ଦୁରାରୋଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ମରଣ ସହ ସଂଗ୍ରାମ କରୁଛନ୍ତି ସେ। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ଗାଁର ଲଷ୍ମୀଧର ବିଶ୍ୱାଳଙ୍କ କଥା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏବେ ଲଷ୍ମୀଧରଙ୍କ ଚିକିତ୍ସା ସମ୍ଭବ ହୋଇ ପାରୁନାହିଁ।

Advertisment

ବିଛଣାରେ ପଡିରହିଛନ୍ତି ଏକ ମାତ୍ର ରୋଜଗାରିଆ ପୁଅ ଲଷ୍ମୀଧର। ୮ମାସ ହେବ କ୍ୟାନ୍ସର  ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ଛଟପଟ ହେଉଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ।ଆଉ ଭୋକ ଉପାସରେ ରହୁଛନ୍ତି ପରିବାର। ୧୨ବର୍ଷ ହେବ ଛତିଶଗଡ଼ ଭିଲାଇରେ ରହି ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ। ୮ମାସ ହେବ ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଭୁବନେଶ୍ୱର ଏମ୍ସରେ ଡାକ୍ତର ଦେଖାଇଲେ। ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଥିଲା ଯେ,ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି ଲଷ୍ମୀଧର। ଯାହା କିଛି ସୁନାଗହଣା ଥିଲା ସବୁକିଛି ବିକ୍ରି କରି ଲଷ୍ମୀଧରଙ୍କ ଚିକିତ୍ସାରେ ଖର୍ଚ୍ଚ କରି ସାରିଲେଣି। ଆଉ ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ରହିଛି।

ଲଷ୍ମୀଧରଙ୍କ ପରିବାର କହିଲେ ପତ୍ନୀ ପ୍ରଭାତୀ ଓ ଦୁଇ ଝିଅ। ଗୋଟିଏ ପଟେ ପରିବାର ଚଳାଇବାର ବୋଝ ତ ଆଉ ଅନ୍ୟପକ୍ଷେ ନିଜର ଚିକିତ୍ସା ଖର୍ଚ୍ଚ।  ଏହାରି ଭିତରେ ପେଷି ହେଉଛନ୍ତି ଲଷ୍ମୀଧର। ଏବେ ବହୁ ଦୁଃଖ କଷ୍ଟରେ ଚାଲୁଛି ପରିବାର। ପଡ଼ୋଶୀଙ୍କ ଠାରୁ ମାଗିଯାଚି ଆଣିଲେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଛି। ଲଷ୍ମୀଧରଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ଅନ୍ୟ ପଟେ ଲଷ୍ମୀଧରଙ୍କ ସମ୍ପର୍କରେ ଅବଗତ ହେବା ପରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଳି ବିଡ଼ିଓ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe