Advertisment

ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଫେରି ଆସିଲେ ମନୋରଂଜନ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ନିଷ୍ପତ୍ତି ପରେ  ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ କାମ କରୁଥିବା ଅନେକ ଓଡ଼ିଆ ଘରକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ାର ମନୋରଂଜନ ସାହୁ । ସେ ବାଗ୍ରାମେରେ ଥିବା ବେସ୍ କ୍ୟାଂପରେ ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରତ ଥିଲେ । ୩ ମାସ ତଳେ ସେ ନିଜ ଗାଁକୁ ଫେରିଛନ୍ତି। କେବଳ ମନୋରଂଜନ ନୁହଁନ୍ତି ତାଙ୍କ ଭଳି କେନ୍ଦ୍ରାପଡ଼ାର ପ୍ରାୟ ୨୫ ଜଣ […]

ଅଦ୍ୟତନ ହୋଇଛି
ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଫେରି ଆସିଲେ ମନୋରଂଜନ

6hn

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ନିଷ୍ପତ୍ତି ପରେ  ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ କାମ କରୁଥିବା ଅନେକ ଓଡ଼ିଆ ଘରକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ାର ମନୋରଂଜନ ସାହୁ । ସେ ବାଗ୍ରାମେରେ ଥିବା ବେସ୍ କ୍ୟାଂପରେ ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରତ ଥିଲେ । ୩ ମାସ ତଳେ ସେ ନିଜ ଗାଁକୁ ଫେରିଛନ୍ତି। କେବଳ ମନୋରଂଜନ ନୁହଁନ୍ତି ତାଙ୍କ ଭଳି କେନ୍ଦ୍ରାପଡ଼ାର ପ୍ରାୟ ୨୫ ଜଣ ଯୁବକ ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ । ତେବେ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ଏମାନେ ସମସ୍ତେ ସ୍ୱଦେଶ ଫେରି ଆସିଛନ୍ତି।

Advertisment

ସେପଟେ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟମାନେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି। ଆଫଗାନିସ୍ତାନରୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରି ଭିଡିଓ ମଧ୍ୟ ଜାରି କରୁଛନ୍ତି। ରବିବାର କାବୁଲ ତାଲିବାନ କବଜାକୁ ଯିବା ପରେ ସେଠାରେ ସଙ୍କଟ ଦେଖାଯାଇଛି। ଏହାସତ୍ତ୍ୱେ ବିଭିନ୍ନ ରାଷ୍ଟ୍ର ଭଳି ଭାରତ ମଧ୍ୟ ଦୁଇଟି ସ୍ୱତନ୍ତ୍ର ବିମାନରେ ଦୂତାବାସ କର୍ମଚାରୀ ଓ ରାଷ୍ଟ୍ରଦୂତଙ୍କୁ ଏୟାରଲିଫ୍ଟ କରିଛି। ପ୍ରଧାନମନ୍ତ୍ରୀ ଆଫଗାନ ସ୍ଥିତିକୁ ନେଇ ନିୟମିତ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଉଦ୍ଧାରଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ସେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ଏଯାଏ ୧୬୫୦ରୁ ଅଧିକ ଲୋକ ଭାରତ ଫେରିବାକୁ ଆବେଦନ କରିସାରିଛନ୍ତି। ସେମାନଙ୍କୁ ତୁରନ୍ତ ସ୍ୱଦେଶ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe