Advertisment

ଆଜି ରାତିରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରାପଡ଼ାରୁ ହଟିବ ୧୪୪ ଧାରା। ଆଜି ରାତି ୧୧ଟାରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା। ଆସନ୍ତା ୩୦ ତାରିଖ ରାତି ୧୧ଟା ଯାଏଁ ଜାରି ହୋଇଥିଲା ୧୪୪ ଧାରା। ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଏହି ଧାରା ଜାରି କରାଯାଥିଲା। ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତ୍ତର ରହିବା ନେଇ ଘୋଷଣା ହୋଇଥିଲା । […]

author-image
Tapas Behera
ଆଜି ରାତିରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା

Gangster Hyder

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରାପଡ଼ାରୁ ହଟିବ ୧୪୪ ଧାରା। ଆଜି ରାତି ୧୧ଟାରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା। ଆସନ୍ତା ୩୦ ତାରିଖ ରାତି ୧୧ଟା ଯାଏଁ ଜାରି ହୋଇଥିଲା ୧୪୪ ଧାରା।

Advertisment

ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଏହି ଧାରା ଜାରି କରାଯାଥିଲା। ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତ୍ତର ରହିବା ନେଇ ଘୋଷଣା ହୋଇଥିଲା । କେନ୍ଦ୍ରାପଡ଼ା ପୌରାଞ୍ଚଳ ଓ ନିକଟସ୍ଥ ୪ଟି ପଞ୍ଚାୟତ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ଏହି ୧୪୪ ଧାରା ଜାରି କରାଯାଇ ଥିବା କୁହାଯାଥିଲା।

ଉକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରି ଦୋକାନ ସକାଳ ୭ରୁ ଦିନ ୧୧ଯାଏ‌ ଖୋଲା ରହିବ। ହୋଟେଲରେ ପାର୍ସଲ ସେବା ଅନୁମତି ରହିବ। କିନ୍ତୁ ଅନ୍ୟ ଦୋକାନ ବନ୍ଦ ରହିବ ସହିତ ଗାଡି ଚଳାଚଳରେ କଟକଣା ରହିବ। କୌଣସି ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ଏହି ସମୟରେ ଏହି ସବୁ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇ ଥିଲା । ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ସକାଳ ୭ରୁ ଦିନ ୧୧ଟା ଯାଏଁ ଦୋକାନ ଖୋଲା ରହିବ। ତେବେ କେବଳ ଗ୍ରୋସେରୀ, ପରିବା ଓ ଆମିଷ ଦୋକାନ ଖୋଲା ରହିବା। ବାକି ସମସ୍ତ ଦୋକାନ ବନ୍ଦ ରହିବା ନେଇ କୁହାଯାଇଥିଲା । କେନ୍ଦ୍ରାପଡ଼ା ପୌରାଞ୍ଚଳସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇ ଥିଲା । ଛକ ଛକରେ ପୁଲିସ ମୁତୟନ କରାଯାଇ ଥିଲା। ।

Advertisment