ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଖି ବୁଜିଲେ କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ନେତା। ହୃଦଘାତରେ ଆକ୍ରାନ୍ତ ହୋଇଥିବା ବିଜୟ ପ୍ରଧାନଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ମାତ୍ର ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବିଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାଯାଇଛି। ମହାକାଳପଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ବିଜୟ […]

bijya-pradhan

bijya-pradhan

Niharika Rout
  • Published: Tuesday, 03 May 2022
  • Updated: 03 May 2022, 01:06 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଖି ବୁଜିଲେ କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ନେତା।

ହୃଦଘାତରେ ଆକ୍ରାନ୍ତ ହୋଇଥିବା ବିଜୟ ପ୍ରଧାନଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ମାତ୍ର ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବିଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାଯାଇଛି। ମହାକାଳପଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ବିଜୟ ପ୍ରଧାନ ।

ବିଜୟଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ଖବର ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିବା ସହ ସେ ଗଭୀର ଭାବେ ମର୍ମାହତ ବୋଲି ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି। ଏଥିସହ ଦିବଙ୍ଗତ ଅତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos