Advertisment

ହେଲମେଟ୍ ଚେକିଂ ବେଳେ ମାଡ଼ ମାରିବା ମହଙ୍ଗା ପଡ଼ିଲା

କେନ୍ଦ୍ରାପଡା:(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ହେଲମେଟ୍ ଚେକିଂ ବେଳେ ମାଡ଼ ମାରିବା। କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ। ହେଲମେଟ୍ ଚେକିଂ ବେଳେ ଜଣେ  ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିବା ପୁଲିସ ପାଇଁ ବୁମେରାଂ ହୋଇଛି । ଏହି ଘଟଣାରେ ୬ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ସମ୍ବିତ ସମ୍ପଦ ନିଲମ୍ବିତ କରିଛନ୍ତି। ଜଣେ ହାବିଲଦାର ଓ ୫ କନଷ୍ଟେବଳଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି। କାଲି ହେଲମେଟ ଯାଞ୍ଚ ବେଳେ ସେନା କର୍ମଚାରୀଙ୍କୁ ପିଟିଥିବା ଅଭିଯୋଗ ପରେ ଆଜି ଏଭଳି ପଦକ୍ଷେପ ନେଇଛି […]

ଏଣିକି ଡବଲ୍‌ ହେଲମେଟ୍‌ ନପିନ୍ଧିଲେ ଡିଏଲ୍ ବାତିଲ୍

helmet

Advertisment

କେନ୍ଦ୍ରାପଡା:(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ହେଲମେଟ୍ ଚେକିଂ ବେଳେ ମାଡ଼ ମାରିବା। କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ। ହେଲମେଟ୍ ଚେକିଂ ବେଳେ ଜଣେ  ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିବା ପୁଲିସ ପାଇଁ ବୁମେରାଂ ହୋଇଛି । ଏହି ଘଟଣାରେ ୬ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ସମ୍ବିତ ସମ୍ପଦ ନିଲମ୍ବିତ କରିଛନ୍ତି। ଜଣେ ହାବିଲଦାର ଓ ୫ କନଷ୍ଟେବଳଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି। କାଲି ହେଲମେଟ ଯାଞ୍ଚ ବେଳେ ସେନା କର୍ମଚାରୀଙ୍କୁ ପିଟିଥିବା ଅଭିଯୋଗ ପରେ ଆଜି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

Advertisment

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା।  ଚେକିଂ କରୁଥିବା ପୁଲିସ ଓ ବାଇକ ଚାଳକଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଧସ୍ତାଧସ୍ତି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe