/odisha-reporter/media/post_attachments/uploads/2021/06/790-4.jpg)
790
ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ବୋଟରେ ଗତ ଦୁଇଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ଆଜି ୬କିମି ଦୂର ଆଳି ଥାନା ଅନ୍ତର୍ଗତ କଅଂର ପୁର ଗ୍ରାମ ନଦୀ କୂଳରେ ଶବ ଭାସୁଥିବା ସୂଚନା ମିଳିଥିଲା ।
ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶବକୁଚିହ୍ନଟ କରି ଏକ ହୋଲି ଡଙ୍ଗାରେ ଉଦ୍ଧାର କରି ଆଣିଛନ୍ତି । ଅନ୍ୟପଟେ ନଦୀକୂଳିଆ ଗ୍ରାମବାସୀମାନେ ପ୍ରତ୍ୟହ ନଦୀଉପରେ ନିର୍ଭର କରୁଥିବାବେଳେ ବାରମ୍ବାର କୁମ୍ଭୀର ଦୌରାତ୍ମରେ ଜୀବନ ହାନି ଘଟୁଛି । ଏନେଇ ଅଞ୍ଚଳବାସୀମାନେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗକୁ ନିରାପଦ ଗାଧୁଆ ଘାଟ ନିର୍ମାଣ ଓ ସତର୍କ ସୂଚନା ଫଳକ ଲଗାଯିବାକୁ ଦାବି କରିଆସୁଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ ଅଛନ୍ତି ।
ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକାର ବ୍ୟବସ୍ଥା ନକଲେଲେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
