Advertisment

ବୃଦ୍ଧଙ୍କୁ ଖାଇଦେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା  l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ବୋଟରେ ଗତ ଦୁଇଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ଆଜି  ୬କିମି ଦୂର ଆଳି ଥାନା ଅନ୍ତର୍ଗତ କଅଂର ପୁର ଗ୍ରାମ ନଦୀ କୂଳରେ ଶବ ଭାସୁଥିବା […]

ବୃଦ୍ଧଙ୍କୁ ଖାଇଦେଲା କୁମ୍ଭୀର

790

Advertisment

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା  l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ବୋଟରେ ଗତ ଦୁଇଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ଆଜି  ୬କିମି ଦୂର ଆଳି ଥାନା ଅନ୍ତର୍ଗତ କଅଂର ପୁର ଗ୍ରାମ ନଦୀ କୂଳରେ ଶବ ଭାସୁଥିବା ସୂଚନା ମିଳିଥିଲା ।

Advertisment

ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶବକୁଚିହ୍ନଟ କରି  ଏକ ହୋଲି ଡଙ୍ଗାରେ ଉଦ୍ଧାର କରି ଆଣିଛନ୍ତି । ଅନ୍ୟପଟେ ନଦୀକୂଳିଆ ଗ୍ରାମବାସୀମାନେ ପ୍ରତ୍ୟହ ନଦୀଉପରେ ନିର୍ଭର କରୁଥିବାବେଳେ ବାରମ୍ବାର କୁମ୍ଭୀର ଦୌରାତ୍ମରେ ଜୀବନ ହାନି ଘଟୁଛି । ଏନେଇ ଅଞ୍ଚଳବାସୀମାନେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗକୁ ନିରାପଦ ଗାଧୁଆ ଘାଟ ନିର୍ମାଣ ଓ ସତର୍କ ସୂଚନା ଫଳକ ଲଗାଯିବାକୁ ଦାବି କରିଆସୁଛନ୍ତି।  ହେଲେ  ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ ଅଛନ୍ତି ।

ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକାର ବ୍ୟବସ୍ଥା ନକଲେଲେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe