/odisha-reporter/media/post_attachments/uploads/2020/10/crocodile.jpg)
crocodile
ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର) ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଏହି ଘଟଣା ଘଟିଛି। ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି ।
Advertisment
ସଂପୃକ୍ତ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି।
ମୁଖ୍ୟତଃ ଭିତରକନିକା ଜାତୀୟ ଉଦ୍ୟାନରେ ଓ ଏହା ବାହାରେ ପ୍ରବାହିତ ନଦୀ, ନାଳଗୁଡିକ କୁମ୍ଭୀରମାନଙ୍କର ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ସେ ସବୁ ଅଞ୍ଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ। ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା,ଗହୀରମଥା ଓ କନିକା ରେଞ୍ଜ ଅଧୀନରେ ଯାଉଥିବା ଗାଁ ଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି ସବୁ ଅଞ୍ଚଳରେ ଅନେକ ସମୟରେ ମଣିଷ ଓ ଗାଈ-ଗୋରୁଙ୍କୁ କୁମ୍ଭୀର ଟାଣି ନେଇଥିବା ନଜିର ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
