Advertisment

୧୪୪ ଧାରା ପ୍ରତ୍ୟାହାର ଦାବିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଧାରଣା

ଆଳି(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକରେ ଶତାଧିକ ସଂଗ୍ରାମ ସମିତି ଧାରଣା ଦେଇଛନ୍ତି। ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଏବଂ ପ୍ରକଳ୍ପ କାମ ବନ୍ଦ ନକଲେ ଆଗାମୀ ଦିନରେ […]

ଅଦ୍ୟତନ ହୋଇଛି
୧୪୪ ଧାରା ପ୍ରତ୍ୟାହାର ଦାବିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଧାରଣା

6hn

Advertisment

ଆଳି(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକରେ ଶତାଧିକ ସଂଗ୍ରାମ ସମିତି ଧାରଣା ଦେଇଛନ୍ତି। ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଏବଂ ପ୍ରକଳ୍ପ କାମ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

Advertisment

ତେବେ ଧାରଣାକୁ ଯିବା ଆଗରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିକୁ ଭେଟିଥିଲା କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ । ସେମାନେ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହ ପାନୀୟ ଜଳ ପ୍ରକଳ୍ପ କର୍ଯ୍ୟ ଓ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଗତକାଲି ଆଲୋଚନା କରିଥିଲେ।

ପରେ ମନେଇଢି଼ଅ ଗାଁକୁ ଯାଇ ପୁଲିସ ଜୁଲମର ଶିକାର ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିଲେ ପ୍ରତିନିଧି ଦଳର ସଦସ୍ୟ । କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କ୍ଷୀରୋଦ ରାଉତ ପ୍ରମୁଖ ରାଜକନିକା ଗସ୍ତ କରିଥିଲେ । ସେହିପରି କେନ୍ଦ୍ରାପଡ଼ା ବିଜେପିର ଜିଲ୍ଲା ସଭାପତି କିଶୋର ପଣ୍ଡା, ଶଶାଙ୍କ ଶେଖର ସେଠି, ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe