Advertisment

ଏଠୁ ମଦ ଦୋକାନ ଉଠାଇ ନିଆଯାଉ: ବିଧାୟକ ପ୍ରତାପ କେଶରୀ ଦେବ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ସ୍ଥାନ। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ । କୌଣସି ବ୍ୟକ୍ତିଗତ ଜମି ନୁହେଁ ସରକାରୀ ଜମିରେ ଗଢି ଉଠିଛି ଏହି ମଦ ଦୋକାନ । ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ […]

ଅଦ୍ୟତନ ହୋଇଛି
ଏଠୁ ମଦ ଦୋକାନ ଉଠାଇ ନିଆଯାଉ: ବିଧାୟକ ପ୍ରତାପ କେଶରୀ ଦେବ

6nm

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ସ୍ଥାନ। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ । କୌଣସି ବ୍ୟକ୍ତିଗତ ଜମି ନୁହେଁ ସରକାରୀ ଜମିରେ ଗଢି ଉଠିଛି ଏହି ମଦ ଦୋକାନ । ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ମଦ୍ୟପଙ୍କ କର୍ଯ୍ୟକଳାପ ଲୋକଙ୍କ ଚିନ୍ତା ବଢାଇଛି।

Advertisment

[caption id="attachment_621169" align="alignnone" width="650"]publive-image ଭିତରକନିକା ନିକଟରେ ଥିବା ସରକାରୀ ମଦ ଦୋକାନ[/caption]

ସ୍କୁଲ ନିକଟରେ କୌଣସି ମଦ ଦୋକାନ ନ ଖୋଲିବାକୁ ନିୟମ ନଥିବାବେଳେ ସ୍କୁଲଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏହି ବିଦେଶୀ ମଦ ଦୋକାନ।  ଏହି ଦୋକାନ ନିକଟରେ ପଡି ରହିଛି ଶହ ଶହ  ସଂଖ୍ୟାରେ ମଦବୋତଲ । ଆଇନକୁ ଉଲ୍ଲଂଘନ କରି ଏହି ମଦ ଦୋକାନକୁ କିଭଳି ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଅନେକ ସମୟରେ ଅସାମାଜିକ ଯୁବକ ମଦ ପିଇ  ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ମଦଦୋକାନକୁ ଉଠାଇବାକୁ ସରକାର ପଦକ୍ଷେପ ନେବାକୁ ଦାବି ଉଠାଇଛନ୍ତି ଆଳି ବିଧାୟକ ପ୍ରତାପ କେଶରୀ ଦେବ। ବିଧାୟକ କହିଛନ୍ତି ଯେ, ଭିତରକିନିକାକୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ଯଦି ଦୁର୍ବୃତ୍ତମାନେ ମଦ ପିଇ ଉତ୍ପାତ ହେବେ ତେବେ ଭିତରକନିକାର ଛବି ମଳିନ ପଡ଼ିବ। ମଦ୍ୟପଙ୍କ ଏଭଳି ବ୍ୟବହାରକୁ ନେଇ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ରାଜନଗର ଡିଏଫ୍ଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe