Advertisment

ଗାଁ ଦାଣ୍ଡରେ ଛାତି ଥରା ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି l ମହିଳାଙ୍କୁ ତଳେ ପକାଇ ଉଲଗ୍ନ କରି ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l ତେବେ ପାରିବାରିକ କଳହକୁ ନେଇ ମାରପିଟ ହୋଇଥିବା ଜଣାପଡିଛି l ମାଡ଼ ଖାଇଥିବା ମହିଳା ଜଣକ ହେଉଛନ୍ତି ସୁଚିସ୍ମିତା ଭଦ୍ର । ପାରିବାରିକ […]

ଅଦ୍ୟତନ ହୋଇଛି
ଗାଁ ଦାଣ୍ଡରେ ଛାତି ଥରା ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ

nbv

Advertisment

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି l ମହିଳାଙ୍କୁ ତଳେ ପକାଇ ଉଲଗ୍ନ କରି ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l ତେବେ ପାରିବାରିକ କଳହକୁ ନେଇ ମାରପିଟ ହୋଇଥିବା ଜଣାପଡିଛି l

Advertisment

ମାଡ଼ ଖାଇଥିବା ମହିଳା ଜଣକ ହେଉଛନ୍ତି ସୁଚିସ୍ମିତା ଭଦ୍ର । ପାରିବାରିକ ଗଣ୍ଡଗୋଳରୁ ସମ୍ପୃକ୍ତ ମହିଳାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଥିବା ଜଣାପଡ଼ିଛି। ତେବେ ଉଭୟ ପରିବାର ଭିତରେ ଏକ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା l

ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିଲେ l ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ l ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ତାଙ୍କୁ ଶାଶୂ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe