6nmb
ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ପ୍ରାଣ ହରାଇଲା ସ୍ତ୍ରୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀଙ୍କ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ପରେ ଶୈଳେନ୍ଦ୍ର ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ।
iଶୈଳେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଯାଇଥିଲେ ସ୍ତ୍ରୀ ବନ୍ଦିତା । ପରେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ଥିବାରୁ ଦୁହିଁଙ୍କୁ କଟକ ବଡ ମେଡିକାଲ୍କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ବାଟରେ ବନ୍ଦିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/6nmb.jpg)