/odisha-reporter/media/post_attachments/uploads/2021/06/8jkl.jpg)
8jkl
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ପାଖରେ ପହଂଚି ପାରିଲାନି ସ୍ତ୍ରୀ ର ଆକୁଳ ନିବେଦନ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କ ପାଖରେ ନେହୁରା ହେଉଥିଲେ ମଧ୍ୟ ନିୟତିର ବିଚାର ଥିଲା ଅଲଗା । ସ୍ୱାମୀଙ୍କର ଜୀବନବଞ୍ଚାଇବା ଓ ରିଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ଚାଲି ଥିଲା ବେଳେ ଏକ ଦାରୁଣ ଦୁଃଖଦ ଖବର ଆସିଲା । ଗୋଡତଳୁ ମାଟି ଖସିଲା ପରି ଏବଂ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଲା ଭଳି। ଯାହାକି ଅନୁଭବୀ ମଣିଷ ଅନୁଭବ କରିପାରିବେ ।
ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବେରୁହଁ। ପଞ୍ଚାୟତର ଭାଗବନପୁର ଗାଁରଉମାକାନ୍ତ ନାୟକଙ୍କ କଥା । କୋଭିଡରେ ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମଣ ହୋଇ ଗୁରୁତର ଥିବା ବେଳେ ସାହାଯ୍ୟ ପାଇଁ ତାଙ୍କ ସ୍ତ୍ରୀ ଗଣମାଧ୍ୟମକୁ ଡାକିଥିଲେ। ହେଲେ ସେତିକି ବେଳେ ହୃଦୟବିଦାରକ ଖବର ପହଞ୍ଚିଲା ଉମାକାନ୍ତ ପ୍ରାଣ ହରାଇଛନ୍ତି ।
ଗତ ମେ’ ୩୦ ତାରିଖ ଦିନ ଉମାକାନ୍ତ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଛତା ସ୍ଥିତ କୋଭିଡ ହସ୍ପିଟାଲ ଓ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ଜଣାପଡିଛି। ଏନେଇ ଗ୍ରାମବାସୀ ସାହିପଡିସ।ଙ୍କ କାନ୍ଦ ବୋବାଳି ଫାଟି ପଡୁଥିଲା ପରିବେଶ। ବାପଛେଉଣ୍ଡ ହୋଇ ଯାଇଛନ୍ତି ଦୁଇଟି ପିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
