ଈଶ୍ୱରଙ୍କ ପାଖରେ ପହଞ୍ଚି ପାରିଲାନି ସ୍ତ୍ରୀର ଆକୁଳ ନିବେଦନ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ପାଖରେ ପହଂଚି  ପାରିଲାନି  ସ୍ତ୍ରୀ ର ଆକୁଳ ନିବେଦନ।  ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ  ସମସ୍ତଙ୍କ ପାଖରେ ନେହୁରା ହେଉଥିଲେ ମଧ୍ୟ ନିୟତିର ବିଚାର ଥିଲା  ଅଲଗା । ସ୍ୱାମୀଙ୍କର ଜୀବନବଞ୍ଚାଇବା ଓ ରିଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ଚାଲି ଥିଲା ବେଳେ  ଏକ ଦାରୁଣ ଦୁଃଖଦ ଖବର ଆସିଲା । ଗୋଡତଳୁ ମାଟି ଖସିଲା  ପରି ଏବଂ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଲା ଭଳି। ଯାହାକି ଅନୁଭବୀ ମଣିଷ ଅନୁଭବ କରିପାରିବେ […]

8jkl

Tapas Behera
  • Published: Monday, 21 June 2021
  • , Updated: 21 June 2021, 07:47 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ପାଖରେ ପହଂଚି  ପାରିଲାନି  ସ୍ତ୍ରୀ ର ଆକୁଳ ନିବେଦନ।  ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ  ସମସ୍ତଙ୍କ ପାଖରେ ନେହୁରା ହେଉଥିଲେ ମଧ୍ୟ ନିୟତିର ବିଚାର ଥିଲା  ଅଲଗା । ସ୍ୱାମୀଙ୍କର ଜୀବନବଞ୍ଚାଇବା ଓ ରିଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ଚାଲି ଥିଲା ବେଳେ  ଏକ ଦାରୁଣ ଦୁଃଖଦ ଖବର ଆସିଲା । ଗୋଡତଳୁ ମାଟି ଖସିଲା  ପରି ଏବଂ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଲା ଭଳି। ଯାହାକି ଅନୁଭବୀ ମଣିଷ ଅନୁଭବ କରିପାରିବେ ।

ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବେରୁହଁ। ପଞ୍ଚାୟତର ଭାଗବନପୁର ଗାଁରଉମାକାନ୍ତ ନାୟକଙ୍କ କଥା । କୋଭିଡରେ ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମଣ ହୋଇ ଗୁରୁତର ଥିବା ବେଳେ ସାହାଯ୍ୟ ପାଇଁ ତାଙ୍କ ସ୍ତ୍ରୀ ଗଣମାଧ୍ୟମକୁ ଡାକିଥିଲେ। ହେଲେ ସେତିକି ବେଳେ ହୃଦୟବିଦାରକ ଖବର ପହଞ୍ଚିଲା ଉମାକାନ୍ତ ପ୍ରାଣ ହରାଇଛନ୍ତି ।

ଗତ ମେ’ ୩୦ ତାରିଖ ଦିନ ଉମାକାନ୍ତ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଛତା ସ୍ଥିତ କୋଭିଡ ହସ୍ପିଟାଲ ଓ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ଜଣାପଡିଛି। ଏନେଇ ଗ୍ରାମବାସୀ ସାହିପଡିସ।ଙ୍କ କାନ୍ଦ ବୋବାଳି ଫାଟି ପଡୁଥିଲା ପରିବେଶ।  ବାପଛେଉଣ୍ଡ ହୋଇ ଯାଇଛନ୍ତି ଦୁଇଟି ପିଲା ।

Related story