Advertisment

ଡେରାଡୁନର ଆଇଏମଏରେ ସ୍ଥାନ ପାଇବ ତ୍ରିଲୋଚନଙ୍କ କଳାକୃତି

ଆଳି (ବନମାଳି ସାହୁ): ଚର୍ଚ୍ଚାରେ ପଲ୍ଲୀ ଅଞ୍ଚଳର ଶିଳ୍ପୀ ତ୍ରିଲୋଚନ ବେହେରା ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର ଯୁବ କାରିଗର  ତ୍ରିଲୋଚନଙ୍କ କଳାକୃତି ଏବେ ଡେରାଡୁନ ସ୍ଥିତ ଆଇଏମଏରେ ସ୍ଥାନ ପାଇବ।  ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣରେ ସଉକ ରଖିଥିବା ତ୍ରିଲୋଚନ ଭାରତୀୟ ସେନା ଠାରୁ ଏକ ବଡ଼ କଣ୍ଟ୍ରାକ୍ଟ  ପାଇବା ପରେ ଜୋରସୋରରେ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି । ତ୍ରିଲୋଚନଙ୍କ ଘର ହେଉଛି  ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର। ଓଡ଼ିଆ […]

author-image
Tapas Behera
ଅଦ୍ୟତନ ହୋଇଛି
ଡେରାଡୁନର ଆଇଏମଏରେ ସ୍ଥାନ ପାଇବ ତ୍ରିଲୋଚନଙ୍କ କଳାକୃତି

jgg

ଆଳି (ବନମାଳି ସାହୁ): ଚର୍ଚ୍ଚାରେ ପଲ୍ଲୀ ଅଞ୍ଚଳର ଶିଳ୍ପୀ ତ୍ରିଲୋଚନ ବେହେରା ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର ଯୁବ କାରିଗର  ତ୍ରିଲୋଚନଙ୍କ କଳାକୃତି ଏବେ ଡେରାଡୁନ ସ୍ଥିତ ଆଇଏମଏରେ ସ୍ଥାନ ପାଇବ।  ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣରେ ସଉକ ରଖିଥିବା ତ୍ରିଲୋଚନ ଭାରତୀୟ ସେନା ଠାରୁ ଏକ ବଡ଼ କଣ୍ଟ୍ରାକ୍ଟ  ପାଇବା ପରେ ଜୋରସୋରରେ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି । ତ୍ରିଲୋଚନଙ୍କ ଘର ହେଉଛି  ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର।

Advertisment

ଓଡ଼ିଆ କାରିଗର ତ୍ରିଲୋଚନ ବେହେରାଙ୍କୁ INDIAN MILITARY ACADEMY  ବା ଆଇଏମଏ ତରଫରୁ ମିଳଛି ମୂର୍ତ୍ତି ନିର୍ମାଣ କରିବାର କଣ୍ଟ୍ରାକ୍ଟ୍  । ଭାରତୀୟ ସେନାରେ ବୀରତ୍ୱ ପ୍ରଦର୍ଶନ କରୁଥିବା ବୀରଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି  ରାଜକନିକା ବ୍ଲକ ବ୍ରାହ୍ମଣସାହିର ତ୍ରିଲୋଚନ ବେହେରା ଓ ତାଙ୍କ ସହଯୋଗୀ ।  ଭାରତୀୟ ସେନାର ବୀର ଯବାନଙ୍କ ମୂର୍ତ୍ତିକୁ ନିଜର ସ୍ପର୍ଶ ଦେବା ଲାଗି ସୁଯୋଗ ମିଳିଥିବାରୁ ତ୍ରିଲୋଚନ ବି ବେଶ ଖୁସ୍ । ତାଙ୍କର ଏହି କଳାକୃତି ଡେରାଡୁନ ସ୍ଥିତ ଆଇଏମ୍ଏରେ ସ୍ଥାନ ପାଇବ ।

ଟିଣ ଛପର ସେଡ୍ ଭିତରେ ଗଢ଼ା ଚାଲିଛି ମୂର୍ତ୍ତି ର୍ନିମାଣ କାମ ।  ଭଗବାନ ବିଷ୍ଣୁ , ବରାହ, ପର୍ଶୁରାମଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ଚାଣକ୍ୟ ଓ ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତି ନର୍ମାଣ ସରିଛି । ୧୫ ବର୍ଷ ହେବ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ତ୍ରିଲୋଚନ ନିଜର କଳାକୁ ଦେଶର ବିଭିନ୍ନ  ସ୍ଥାନରେ ପହଞ୍ଚାଇପାରିଥିବା ଯୋଗୁଁ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି। ପ୍ରଥମେ ପଲ୍ଲୀ ଓ ପରେ ଦେଶର ବିଭିନ୍ନ କୋଣରେ ନିଜର କଳା ପ୍ରଦର୍ଶନ କରି ଓଡ଼ିଆ ଶିଳ୍ପୀ ତ୍ରିଲୋଚନ ରାଜ୍ୟ ଲାଗି ଗୌରବ ଆଣିଛନ୍ତି।

Advertisment