କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା। ଶିଶୁକନ୍ୟାର ଛାତି […]

child

child

Ranjit Kumar Jena
  • Published: Sunday, 11 April 2021
  • Updated: 11 April 2021, 05:37 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା।

ଶିଶୁକନ୍ୟାର ଛାତି ଓ ପେଟ ଗୋଟିଏ ରହିଛି। ଶିଶୁକନ୍ୟାର ଦୁଇଟି ଗୋଡ଼ ଥିବା ବେଳେ ପିଟି ପଟକୁ ଗୋଟିଏ ହାତ ଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁ ର ଉମାକାନ୍ତ ପରିଡାଙ୍କ ସ୍ତ୍ରୀ ଅମ୍ବିକା ଆଜି ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି। ଏହା ଉମାକାନ୍ତଙ୍କ ଦ୍ଵିତୀୟ ସନ୍ତାନ ବୋଲି ଜଣାପଡିଛି। ତେବେ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି।

ଶିଶୁକନ୍ୟାର ବାପା ଉମାକାନ୍ତ ଏବେ ସରକାରଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି। ଯେମିତି ସରକାର ଜଗା କାଳିଆକୁ ଅଲଗା କରି ସେମାନଙ୍କ ଠିକ୍ କରିଥିଲେ, ସେମିତି ନିଜ ଶିଶୁକନ୍ୟାକୁ ଅଲଗା କରିବା ପାଇଁ ଉମାକାନ୍ତ ସରକାରଙ୍କୁ ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos