Advertisment

କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା। ଶିଶୁକନ୍ୟାର ଛାତି […]

ଅଦ୍ୟତନ ହୋଇଛି
କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା

child

Advertisment

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା।

Advertisment

ଶିଶୁକନ୍ୟାର ଛାତି ଓ ପେଟ ଗୋଟିଏ ରହିଛି। ଶିଶୁକନ୍ୟାର ଦୁଇଟି ଗୋଡ଼ ଥିବା ବେଳେ ପିଟି ପଟକୁ ଗୋଟିଏ ହାତ ଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁ ର ଉମାକାନ୍ତ ପରିଡାଙ୍କ ସ୍ତ୍ରୀ ଅମ୍ବିକା ଆଜି ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି। ଏହା ଉମାକାନ୍ତଙ୍କ ଦ୍ଵିତୀୟ ସନ୍ତାନ ବୋଲି ଜଣାପଡିଛି। ତେବେ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି।

ଶିଶୁକନ୍ୟାର ବାପା ଉମାକାନ୍ତ ଏବେ ସରକାରଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି। ଯେମିତି ସରକାର ଜଗା କାଳିଆକୁ ଅଲଗା କରି ସେମାନଙ୍କ ଠିକ୍ କରିଥିଲେ, ସେମିତି ନିଜ ଶିଶୁକନ୍ୟାକୁ ଅଲଗା କରିବା ପାଇଁ ଉମାକାନ୍ତ ସରକାରଙ୍କୁ ଗୁହାରି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe